ଚିଲିକା ୧୦/୫ : ଫୋନି ପ୍ରଭାବରେ ମାଛ ବେପାର ପ୍ରଭାବିତ । ଚିଲିକାରେ ସମୂଦ୍ର ପାଣି ମିଶିଯିବା ଫଳରେ ମାଛ, ଚିଙ୍ଗୁଡି, କଙ୍କଡା ମରିଯାଉଛନ୍ତି । ବାଲୁଗାଁ ଚିଲିକା କୂଳରେ ମାଛ ବ୍ୟବସାୟର ମୁଖ୍ୟ କେନ୍ଦ୍ର । ବାତ୍ୟା ପରେ ଏଠାରେ ପ୍ରବଳ ମାତ୍ରାରେ ମାଛ ବିକ୍ରି ହେଉଛି । ଖୁବ କମ ଦରରେ ଭଲ ଭଲ ମାଛ ମିଳୁଛି । ଏହାର ମୁଖ୍ୟ କାରଣ ହେଉଛି ବରଫର ଅଭାବ । ସ୍ଥାନୀୟ ଅଂଚଳରେ ଥିବା ବରଫକଳ ଗୁଡିକ ବିଦ୍ୟୁତ ଯୋଗାଣାରୁ ବନ୍ଦ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ବାଲେଶ୍ୱର, ଭଦ୍ରକ ଆସୁଥିବା ବରଫ କେନ ପ୍ରତି ହଜାରେ ଟଙ୍କାରୁ ଅଧିକ ଟଙ୍କାରେ ବିକ୍ରୀ ହେଉଛି । କିନ୍ତୁ ପ୍ରକୃତ ଦାମ ହେଉଛି ୨ ଶହ ଟଙ୍କା । ବରଫ ନଥିବାରୁ ମାଛଗୁଡିକୁ ସଂରକ୍ଷିତ କରାଯାଇ ରଖାଯାଇ ପାରୁନାହିଁ । ଫଳରେ ଅନ୍ୟତ୍ର ଏହାକୁ ରପ୍ତାନି କରାଯାଉନାହିଁ ।