ଭୁବନେଶ୍ୱର ୧୦/୫ : ବାତ୍ୟା ଫୋନି ପ୍ରଭାବିତ ଜିଲ୍ଲାଗୁଡିକରେ ପେଟ୍ରୋଲ ଓ ଡିଜେଲ ମହଜୁଦ ନେଇ ସମୀକ୍ଷା କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ୨ଶହ ୩୪ଟି ପେଟ୍ରୋଲ ପମ୍ପ ରହିଛି । ଏହା ମଧ୍ୟରୁ ବର୍ତମାନ ସୁଦ୍ଧା ୨ଶହ ୩୨ଟି କାର୍ୟ୍ୟକ୍ଷମ ହୋଇସାରିଛି ଓ ବାକି ଦୁଇଟି ଆସନ୍ତାକାଲି ସୁଦ୍ଧା କାର୍ୟ୍ୟକ୍ଷମ ହେବ ବୋଲି ସେ ସୂଚନା ଦେଇଛନ୍ତି । ଏହାବାଦ୍ ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୮ଟି ଭ୍ରାମ୍ୟମାଣ ପେଟ୍ରୋଲ ଓ ଡିଜେଲ ଭ୍ୟାନ ବିଭିନ୍ନ ସ୍ଥାନରେ ବୁଲୁଛି । ୫ଶହ ଲିଟର କ୍ଷମତ ସଂପନ୍ନ ପ୍ରତ୍ୟେକ ଭ୍ୟାନ୍ ତିନିଟି ସର୍ବାଧିକ ବାତ୍ୟା ପ୍ରଭାବିତ ଜିଲ୍ଲାରେ ରହିଛି ।