ରାଜ୍ୟ

ଫୋନି ପ୍ରଭାବିତ ଅଞ୍ଚଳକୁ ଆସିବ ୫୦ଟି ‘କାଓ’ ଟାୱାର

Published

on

ଭୁବନେଶ୍ୱର ୮/୫ : ବିଭିନ୍ନ ଟେଲିକମ କମ୍ପାନୀ ମାନଙ୍କ ସହ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଲୋଚନା ପରେ ଧର୍ମେନ୍ଦ୍ର କହିଛନ୍ତି କି, ରାଜ୍ୟରେ ‘ଫୋନି’ ପ୍ରଭାବରେ ଛାରଖାର ହୋଇଯାଇଥିବା ୫୦ ପ୍ରତିଶତ ସ୍ଥାନରେ ଟେଲିଫୋନ୍ କାମ କରୁନାହିଁ । କାରଣ ବାତ୍ୟା ସମୟରେ ଯେଉଁ ସବୁ ଟେଲି ନେଟୱାର୍କ ଭାଙ୍ଗି ପଡ଼ିଥିଲା ତାହା ଗଛ ସଫାବେଳେ ସେଥିରେଥିବା ଫାଇବର ବି କଟିଯାଇଥିଲା ।
ଅନ୍ୟପଟେ ଓଡ଼ିଶାର ଏହି ବିପତ୍ତି ବେଳେ ସମସ୍ତ କମ୍ପାନୀ ଟେଲି ଯୋଗାଯୋଗ ପାଇଁ ‘କାଓ’ ଟାୱାରର ବ୍ୟବସ୍ଥା କରିବାକୁ ପ୍ରତିଶ୍ରୃତି ଦେଇଛନ୍ତି । ଖୁବଶୀଘ୍ର କାଓ ଟାୱାର ବା ମାଉଣ୍ଟେଡ଼ ଟ୍ୱାଓାର ଆଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଟେଲି କମ୍ପାନୀ । ଦେଶର ପ୍ରମୁଖ ୪ଟି ମୋବାଇଲ କମ୍ପାନୀ ପ୍ରାୟ ୫୦ଟି ‘କାଓ’ ଟାୱାର ଓଡ଼ିଶାର ଫୋନି ପ୍ରଭାବିତ ଅଞ୍ଚଳକୁ ଆଣିବେ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏହାର ଠିକ୍ ୨ରୁ୩ ଦିନ ଭିତରେ ‘କାଓ’ ଟାୱାର ଲାଗିଲେ , ବାତ୍ୟା ପ୍ରଭାବିତ ପୁରୀ, ଭୁବନେଶ୍ୱର ଏବଂ କଟକ ଭଳି ପ୍ରଭାବିତ ସ୍ଥାନ ଗୁଡ଼ିରେ କାର‌୍ୟ୍ୟକ୍ଷମ ହେବ । ସେପଟେ ବିଏଏନଏଲ ଗତାଲିଠାରୁ ପୁରୀରେ ଲ୍ୟାଣ୍ଡଲାଇନ ସେବା ଯୋଗାଇଦେଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version