ଢ଼େଙ୍କାନାଳ ୧୨/୧୨ : ଗୁଡ୍ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୟାଜ ରହମାନଙ୍କ ଜାମିନ ଆବେଦନ ଖାରଜ ହୋଇଯାଇଛି । ବୁଧବାର ସ୍ୱତନ୍ତ୍ର ପୋକ୍ସୋ କୋର୍ଟରେ ସେ ଜାମିନ ଆବେଦନ କରିଥିଲେ ହେଁ ତାହା ନାମଞ୍ଜୁର ହୋଇଛି । ଫଳରେ ସେ ପୂର୍ବଭଳି ବିଚାର ବିଭାଗୀୟ ହାଜତରେ ରହିବେ । ବେଲଟିକିରି ସେଲ୍ଟର ହୋମ୍ ଛାତ୍ରୀ ନିର୍ଯାତନା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତାଙ୍କ ସଂସ୍ଥା ଧର୍ମ ପରିବର୍ତ୍ତନ ପ୍ରକ୍ରିୟାରେ ସାମିଲ ଥିବା ମଧ୍ୟ ଅଭିଯୋଗ ହୋଇଛି ।