ରାଜ୍ୟ

ବଂଚି ଥାଉ ଥାଉ ମୃତ ଘୋଷଣା କଲେ ଡାକ୍ତର

Published

on

ଭଦ୍ରକ ୧୭/୩ : ବଂଚି ଥାଉ ତାଉ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ମୃତ ଘୋଷଣା କରିବା ପରେ ରୋଗୀଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସମୟରେ ତାଙ୍କର ଚେତା ଆସିଥିଲା । ଉକ୍ତ ଯୁବକଙ୍କ ନାମ ସୁଜିତ । ତାଙ୍କ ପରିବାର ଲୋକ ଏନେଇ ଡାକ୍ତରଙ୍କ ବିରୋଧରେ ଥାନାରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ, ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଛି । ଗତକାଲ ରାତିରେି ସୁଜିତ ନାମକ ଜଣେ ଯୁବକ ଡାକ୍ତରଖାନାରେ ଭର୍ତି ହୋଇଥିଲେ । ଚିକିସରା ସମୟରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ଯୁବକ ଜଣକ ବଂଚି ଥିଲେ । ଏହା ପରେ ତାଙ୍କୁ ପୋଷ୍ଟମର୍ଟମ ପାଇଁ ପଠାଯିବା ସମୟରେ ହୋଇ ଆସିଥିଲା । ଫଳରେ ପରିବାର ଲୋକ ଉତ୍ୟକ୍ତ ହୋଇ ଡାକ୍ତରଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି । ସେମାନେ ସଂପୃକ୍ତ ଡାକ୍ତରଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନାବା ପାଇଁ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version