ରାଜ୍ୟ

ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ : ସମସ୍ତ ଯାତ୍ରୀ ସୁରକ୍ଷିତ

Published

on

କଟକ ୨/୪ : ବଗି ଛାଡ଼ି ପଳାଇଲା ରେଳ ଇଞ୍ଜିନ। ଏକ ଭୟାବହ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ। କଟକ କାଠଯୋଡ଼ି ବ୍ରିଜ୍‌ ଉପରେ ଭୁବନେଶ୍ୱରୁ ନୂଆଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସର ବଗିରୁ ଇଞ୍ଜିନ୍‌ ଛାଡ଼ି ପଳାଇବା ପରେ ଟ୍ରେନ୍‌ଟି ପୋଲ ଉପରେ ଅଟକି ରହିଛି। ତେବେ, ଘଟିଥିବା ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ରହିଛି। ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ଜାଣିବାକୁ ମିଳିଛି।
ସୂଚନା ଅନୁଯାୟୀ,ଇଞ୍ଜିନ୍ ସହିତ କେବଳ ଦୁଇଟି ବଗି ରହିଥିବା ବେଳେ ବାକିଗୁଡ଼ିକ ବିଚ୍ଛିନ୍ନ ହୋଇଯାଇଥିଲା। ଇଞ୍ଜିନ୍‌ଠାରୁ ବିଚ୍ଛିନ୍ନ ହେବା ପରେ ବଗିଗୁଡ଼ିକ କିଛି ବାଟ ଗଡ଼ି କାଠଯୋଡ଼ି ବ୍ରିଜ୍ ଉପରେ ଅଟକି ରହିଥିଲା। ତେବେ କେଉଁ କାରଣରୁ ଏମିତି ଘଟିଲା, ତାହା ସ୍ପଷ୍ଟ ହୋଇପାରିନି। ଏ ଘଟଣାର ସିନିୟର ଅଫିସ୍‌ର ସ୍ତରୀୟ ତଦନ୍ତ ହେବ।

Leave a Reply

Your email address will not be published. Required fields are marked *

Trending

Exit mobile version