ଅପରାଧ

ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ

Published

on

ବାଲେଶ୍ୱର ୧/୧୨ : ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଂଚଳରେ ଜଣେ ବଙ୍ଗୀୟ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଭୋଗରାଇର ରସୁଲପୁର ଅଂଚଳରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରିଛନ୍ତି । ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ୫ଜଣ ଯୁବକ ଏହି ଯୁବତୀଙ୍କୁ ପ୍ରଲୋଭନ ଦେଖାଇ ସାଙ୍ଗରେ ନେଇ ଆସିଥିଲେ । ଶୁକ୍ରବାର ରାତିରେ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିବା ପରେ ରାସ୍ତାକଡ଼ରେ ପକାଇ ଦେଇ ଚାଲି ଯାଇଥିଲେ । ତାଙ୍କ ଘର ପଶ୍ଚିମବଙ୍ଗର ରାମନଗର ଅଂଚଳରେ ବୋଲି ଜଣାଯାଇଛି । ପୋଲିସ ତଦନ୍ତ ଜାରି ରଖିଥିଲେ ହେଁ ହଠାତ୍ କାହାରିକୁ ଗିରଫ କରିପାରିନାହିଁ ।

Leave a Reply

Your email address will not be published. Required fields are marked *

Trending

Exit mobile version