ଭୁବନେଶ୍ୱର ୫/୬ : ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏଥର ସରକାର ବର୍ଷ ୨୦୧୯-୨୦ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ । ଏହା ପୂର୍ବରୁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି ସରକାର । ବଜେଟରେ କ’ଣ ବ୍ୟବସ୍ଥା ରହିବ ସେ ନେଇ ଜନସାଧାରଣ, ନାଗରିକ ସମାଜ, ସଂଘ ଓ ସଂଗଠନ ନିଜର ସୁଚିନ୍ତିତ ମତାମତ ଦେଇ ବଜେଟ ପ୍ରସ୍ତୁତିରେ ସହାୟକ ହେବାକୁ ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଅନୁରୋଧ କରିଛନ୍ତି । ଗଣମାଧ୍ୟମକୁ ସେ କହିଛନ୍ତି ଯେ ରାଜ୍ୟବାସୀ ଏସ୍ଏମ୍ଏସ୍, ଇ-ମେଲ୍ କିମ୍ବା ହ୍ୱାଟସ୍ଆପ୍ ଜରିଆରେ ମତାମତ ପଠାଇ ପାରିବେ । ଲୋକମାନେ ନିଜର ବଜେଟ ସଂପର୍କୀୟ ମତାମତ ଭଙ୍କୟଶରଗ୍ଧ.କ୍ଟୟସଗ୍ଦଷବ ଅଶକ୍ଟଙ୍ଖ.ସଦ୍ଭ ଜରିଆରେ ଇମେଲ କରି ପଠେଇପାରିବେ । ସେହିପରି ଲୋକମାନେ ନିଜର ବଜେଟ ସଂପର୍କୀୟ ମତାମତ ୯୪୩୮୧୬୧୧୧୧ ନମ୍ବରରେ ହ୍ୱାଟସ୍ଆପ୍ କିମ୍ବା ଏସ୍ଏମ୍ଏସ୍ କରି ପଠାଇପାରିବେ । ଜୁନ୍ ୧୫ ତାରିଖ ସୁଦ୍ଧା ଏସବୁ ମତାମତ ଗ୍ରହଣ କରାଯିବ ।