ବାରିପଦା ୧୧/୧୨ : କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଟାସ୍କଫୋର୍ସ ଉଦଳାରୁ ବଜ୍ରକାପ୍ତା ଚୋରାଚାଲାଣ ଲିଙ୍କରେ ଆଉ ୬ ଜଣଙ୍କୁ ଗିରଫ କରିଛି । ଫଳରେ ଏହି ଲିଙ୍କରେ ଗିରଫଦାରି ସଂଖ୍ୟ ୧୦କୁ ବୃଦ୍ଧି ପାଇଛି । ପୂର୍ବରୁ ଶୁକ୍ରବାର ଦିନ କ୍ରାଇମବ୍ରାଂଚ ସେହି ଅଂଚଳରୁ ୪ ଜଣଙ୍କୁ ଗିରଫ କରିବା ସହ ୪ଟି ବଜ୍ରକାପ୍ତା ଉଦ୍ଧାର କରିଥିଲା । ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ପୁଣିଥରେ ଉଦଳା ଯାଇ ଚୋରାଚାଲାଣରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଖୋଜିବାବେଳେ ଉପରୋକ୍ତ ୬ ଜଣ ଧରା ପଡିଥିଲେ । ସେମାନଙ୍କ ଠାରୁ ୫୦ ୦ଗ୍ରାମ ଓଜନର ଏକ ହାତୀ ଦାନ୍ତ ଜବତ କରାଯାଇଛି ।