ବାରିପଦା ୨୫/୫ : ବଜ୍ରପାତ ଘଟି ୨ଜଣ ବ୍ୟକ୍ତି ମୃତ୍ୟୁବରଣ କରିଛନ୍ତି । ବାରିପଦା ବଡସାହି ବ୍ଲକ ନିଶ୍ଚିନ୍ତପୁର ବାଲିଘାଟରେ ବଜ୍ରପାତ ଘଟିଛି । ଟ୍ରାକ୍ଟରରେ ବାଲି ବୋଝେଇ କରୁଥିବା ସମୟରେ ବଜ୍ରପାତ ହୋଇଥିଲା । ଏହି ସମୟରେ ଜଣେ ଟ୍ରାକ୍ଟର ଡ୍ରାଇଭର ଏବଂ ହେଲପର ଟ୍ରକରେ ବାଲି ବୋଝେଇ କରୁଥିଲେ । ଫଳରେ ସେମାନେ ବଜ୍ରପାତର ଶୀକାର ହୋଇଥିଲେ । ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ୨ମୃତକଙ୍କ ଘର ବେଲପାଳ ଗାଁରେ ହୋଇଥିବା ସୂଚନା ମିଳିଛି ।