Nation

ବଡ ସରକାରୀ ବଙ୍ଗଳା ପାଇଁ ବ୍ୟାକୁଳ ମନ୍ତ୍ରୀ

Published

on

ନୂଆଦିଲ୍ଲୀ: ବଡ଼ ସରକାରୀ ବଙ୍ଗଳାପାଇଁ ମନ୍ତ୍ରୀମାନେ ବ୍ୟାକୁଳ ହେବା କିଛି ନୂଆ କଥା ନୁହେଁ।

ନୂତନ ଭାବେ ମୋଦି କ୍ୟାବିନେଟରେ ବେସରକାରୀ ବିମାନ ଚଳାଚଳ ମନ୍ତ୍ରୀ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ ୨୭, ସଫଦରଜଙ୍ଗ ରୋଡ଼ ବଙ୍ଗଳାକୁ ପାଇବାକୁ ଜୋରଦାର ଲବି କରୁଛନ୍ତି। କାରଣ ଏହି ବଙ୍ଗଳାରେ ତାଙ୍କ ଜୀବନର ଅନେକ ସ୍ମୃତି ରହିଛି। ରାଜୀବ ଗାନ୍ଧୀଙ୍କ ସରକାରରେ ମନ୍ତ୍ରୀ ଥିବାବେଳେ ଅଶୀ ଦଶନ୍ଧିରେ ତାଙ୍କ ବାପ ମଧବରାଓ ସିନ୍ଧିଆଙ୍କୁ ଏହି ବଙ୍ଗଳା ମିଳିଥିଲା। ଏହି କୋଠିରେ ସିନ୍ଧିଆ ପରିବାର ୨୦୧୯ ପଯ୍ୟନ୍ତ ରହି ଆସୁଥିଲେ। ତେବେ ୨୦୧୯ରେ ଜ୍ୟୋତିରାଦିତ୍ୟ ଗୁନା ଲୋକସଭା ଆସନରୁ ନିର୍ବାଚନ ହାରି ଯିବାପରେ ତାଙ୍କୁ ଏହି କୋଠି ହରାଇବାକୁ ପଡିଥିଲା।

ବର୍ତ୍ତମାନ ମନ୍ତ୍ରୀ ହେବାପରେ ସିନ୍ଧିଆ ସେହି ବଙ୍ଗଳା ଉପରେ ଆଖି ପକାଇଛନ୍ତି।

ଏହି ବଙ୍ଗଳାଟି ୨୦୧୯ରେ ମନ୍ତ୍ରୀ ରମେଶ ପୋଖିରିଆଲ ମିଳିଥିଲା। ତେବେ ଏହି ମନ୍ତ୍ରୀ ମଣ୍ଡଳ ଅଦଲବଦଳରେ ତାଙ୍କର ମନ୍ତ୍ରୀପଦ ଚାଲିଗଲାପରେ ତାଙ୍କୁ ଏହି କୋଠି ଖାଲି କରିବାକୁ ପଡିବ। ତାଙ୍କୁ ପୂର୍ବତନ ରାଷ୍ଟ୍ରମନ୍ତ୍ରୀ ଜୟନ୍ତ ସିନହାଙ୍କୁ ମିଳିଥିବା ଟାଇପ ୭ ବଙ୍ଗଳାକୁ ଦେଇ ସେହି ବଙ୍ଗଳାରେ ରହୁଥିବା ସିନହାଙ୍କୁ ଏକ ଟାଇପ ୬ ଘରକୁ ସ୍ଥାନାନ୍ତର କରିବାକୁ ଉଦ୍ୟମ ସଫଳ ହେଉ ନାହିଁ। ସିନହାଙ୍କ ସ୍ତ୍ରୀ ସେ ଘର ଛାଡିବାକୁ ନାରାଜ। ତାଙ୍କର କହିବା କଥା ପୁର୍ବତନ ରାଷ୍ଟ୍ରମନ୍ତ୍ରୀ ରାଜ୍ୟବର୍ଦ୍ଧନ ରାଠୋରଙ୍କୁ ଟାଇପ ୭ ଘରେ ରହୁଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version