Nation

ବଢିବ କି ଲୋକସଭା ଆସନ ସଂଖ୍ୟା?

Published

on

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକସଭାରେ ୫୪୩ଟି ଆସନ ରହିଛି।ତେବେ ଏହି ଆସନ ସଂଖ୍ୟା ବଢିବ କି?

ଏ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିବାରେ ଲାଗିଛି।

ନୂତନ ଭାବେ ନିର୍ମାଣ ହେଉଥିବା ସେଣ୍ଟ୍ରାଲ ଭିଷ୍ଟାସ୍ଥିତ ପାର୍ଲିଆମେଣ୍ଟ ଭବନର ଲୋକସଭା କକ୍ଷରେ ୭୭୨ ସଭ୍ୟ ବସିପାରିବାର ବ୍ୟବସ୍ଥା କରାଯାଉଛି। ଏହି ଘଟଣା ହିଁ ବର୍ତ୍ତମାନର ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଛି।

ଗତ ୧୯୭୧ ମସିହାରୁ ଲୋକସଭାର ଆସନ ସଂଖ୍ୟା ୫୪୩ରେ ସ୍ଥିର ରଖିବାକୁ ନିଷ୍ପତି ନିଆଯାଇଛି। ଏହି ଇଣ୍ଟର-ଷ୍ଟେଟ ଡିଲିମିଟଟେସନ ଉପରେ ଥିବା କଟକଣା ୨୦୨୬ରେ ଉଠିଗଲା ପରେ ଲୋକସଭାର ଆସନ ସଂଖ୍ୟା ଅହେତୁକ ଭାବେ ବଢିଯିବ। ବର୍ତ୍ତମାନ ଦେଶର ଯେଉଁ ଲୋକସଂଖ୍ୟା ହେଲାଣି ସେଥିରେ ଆସନ ସଂଖ୍ୟା ବଢିବା ସ୍ୱାଭାବିକ।

ତେବେ ୨୦୨୧ ଜନଗଣନାକୁ ନେଇ ଆସନ ସଂଖ୍ୟା ସ୍ଥିରହେଲେ ଜନବହୁଳ ଉତ୍ତର ପ୍ରଦେଶ, ମଧ୍ୟ ପ୍ରଦେଶ, ବିହାର ଭଳି ରାଜ୍ୟ ଗୁଡିକରେ ଲୋକସଭା ଆସନ ସଂଖ୍ୟା ବୃଦ୍ଧି ପାଇବ। ଅନ୍ୟ ପକ୍ଷରେ ଜନ୍ମ ନିୟନ୍ତ୍ରଣ ଯୋଜନା ଯୋଗୁଁ ଲୋକସଂଖ୍ୟା ସ୍ଥିରଥିବା କେରଳ ଭଳି ଦକ୍ଷିଣ ଭାରତୀୟ ରାଜ୍ୟଗୁଡିକ କ୍ଷତିଗ୍ରସ୍ତ ହେବେ।

 

Leave a Reply

Your email address will not be published. Required fields are marked *

Trending

Exit mobile version