ଭୁବନେଶ୍ୱର: ରାଜ୍ୟ ସରକାର ବୁଧବାର ଉଚ୍ଚ ଆଇଏଏସ ସ୍ତରରେ ଅଦଳବଦଳ କରି ସଞ୍ଜୟ ସିଂହଙ୍କୁ ଭୁବନେଶ୍ୱର ନଗର ନିଗମର କମିଶନର ଭାବେ ନିଯୁକ୍ତି ଦେଇଛନ୍ତି । ସେ ବି ଡି ଏ ଉପାଧକ୍ଷ ଦାୟିତ୍ୱରେ ମଧ୍ୟ ରହିବେ। ବିଏମସି କମିଶନରଙ୍କୁ ସାଧାରଣ ପ୍ରଶାସନ ବିଭାଗରେ ଓଏସଡ଼ି ଭାବେ ଅବସ୍ଥାପିତ କରାଯାଇଛି।
ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ଭାବରେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।
ପୂର୍ତ୍ତ ସଚିବ କ୍ରିଷ୍ଣନ କୁମାରଙ୍କୁ ଇଡ଼଼କୋର ସିିିଏମଡି ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି।