National

ବନ୍ଦେ ଉତ୍କଳ ଫାଉଣ୍ଡେସନ ତରଫରୁ ଓଡ଼ିଶାର ନୂତନ ରାଜ୍ୟସଭା ସାଂସଦଙ୍କୁ ସମ୍ବର୍ଦ୍ଧନା

Published

on


ନୂଆଦିଲ୍ଲୀ: ଓଡ଼ିିିଶାରୁୁ ରାଜ୍ୟସଭାକୁ ନବ ନିର୍ବାଚିତ ଚାରିଜଣ ସାଂସଦ ରାଜ୍ୟର ସର୍ବାଙ୍ଗୀନ ବିକାଶ ଦିଗରେ ଧ୍ୟାନ ଦେବେ ବୋଲି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅନଙ୍ଗ କୁମାର ପଟନାୟକ ମତପ୍ରକାଶ କରିଛନ୍ତି |ନୂତନ ରାଜ୍ୟସଭା ସାଂସଦ ମାନଙ୍କର ସମ୍ମାନରେ ବନ୍ଦେ ଉତ୍କଳ ଫାଉଣ୍ଡେସନ ତରଫରୁ ଆୟୋଜିତ ୱେବ ସମ୍ବର୍ଦ୍ଧନା ସଭା ଉଦଘାଟନ କରି ପଟ୍ଟନାୟକ ଏହି ଚାରିଜଣ ସାଂସଦ ସେମାନଙ୍କର ନିଜ ନିଜ କାର୍ଯ୍ୟ କ୍ଷେତ୍ରରେ ଯେଭଳି ଉଲେଖନିୟ ପ୍ରତିଭା ,ପାରଦର୍ଶିତା ଓ ପ୍ରବୀଣତା ଦେଖାଇଛନ୍ତି ତାହା ରାଜ୍ୟର ସମୂହ ସ୍ୱାର୍ଥ ହାସଲ ପାଇଁ ସଂସଦରେ ସ୍ୱର ଉତ୍ତାଳନ କରିବା ଦିଗରେ ନିଶ୍ଚୟ ସାହାୟକ ହେବ ବୋଲି ଆଶା ଓ ଭରସା ପ୍ରକଟ କରିଥିଲେ |

ସମ୍ବର୍ଦ୍ଧନା ସମାରୋହର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ରାଜ୍ୟ ବିଧାନସଭାର ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟର ଏହି ରାଜ୍ୟସଭା ସାଂସଦ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେବା ନେଇ “ବନ୍ଦେ ଉତ୍କଳ ଫାଉଣ୍ଡେସନ” ଯେଉଁ ପ୍ରୟାସ କରିଛି ତାହା ପ୍ରଶଂଶନୀୟ ବୋଲି କହିଥିଲେ | ଏହି ଫାଉଣ୍ଡେସନ ଓ ଏହାର ମୁଖ୍ୟ ଆୟୋଜକ କିଶୋର ଦ୍ୱିବେଦୀ ଭାରତର ବିଭିନ୍ନ ପ୍ରଦେଶ ଓ ବିଶ୍ୱର କୋଣ ଅନୁକୋଣର ବସବାସ କରୁଥିବା ଓଡ଼ିଆମାନଙ୍କୁ ଯେଭଳି ଏକଜୁଟ କରିପାରିଛନ୍ତି ସେଥିପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ | ଏଭଳି ପ୍ରୋତ୍ସାହନ ସାଂସଦମାନଙ୍କର ସକାରତ୍ମକ ମନୋବଳ ବଢାଇବ ବୋଲି ମନ୍ତବ୍ୟକ୍ତ କରିଥିଲେ |

ୱେବ ସମ୍ମିଳିନୀରେ ଆନ୍ତର୍ଜାତିକ ଶୋଭନୀୟ ଆନ୍ଦୋଳନର ମୁଖ୍ୟ ଡ଼ ଅରୁନ୍ଧତୀ ଦେବୀ ସାଂସଦ ମାନଙ୍କୁ ସ୍ୱାଗତ ଅର୍ପଣ କରିଥିଲେ ଓ ସେମାନଙ୍କର ସଫଳ ତଥା କୁଶଳ ସଂସଦୀୟ କାର୍ଯ୍ୟ କାଳର କାମନା କରିଥିଲେ |
ୱେବ ସମ୍ବର୍ଦ୍ଧନା କାର୍ଯ୍ୟ କ୍ରମରେ ମାନ୍ୟବର ରାଜ୍ୟସଭା ସାଂସଦ ସୁଭାଷ ସିଂ , ମୁନ୍ନା ଖାଁ ,ସୁଜିତ କୁମାର , ଓ ମମତା ମହନ୍ତ ପ୍ରମୁଖ ଅନ୍ତର୍ଭୁତ ଥିଲେ |

କଲିକତାର ପ୍ରଦୀପ ମହାଯାତ୍ର ୱେବନିରକୁ ସୁସଂଯୋଜନା କରିଥିଲେ | ବନ୍ଦେ ଉତ୍କଳ ଫାଉଣ୍ଡେସନର ଅଧକ୍ଷ କିଶୋର ଦ୍ୱିବେଦୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ | ନୂଆଦିଲ୍ଲୀ ସ୍ଥିତ ଡ଼ ଆମ୍ବେଦକର ଫାଉଣ୍ଡେସନର ନିର୍ଦେଶକ ଦେବେନ୍ଦ୍ର ମାଝୀ ଧନ୍ୟବାଦ ପ୍ରଦାନ କରିଥିଲେ | ଅଷ୍ଟ୍ରେଲିଆର ଓଡିଶା ଆସୋସିଏସନର ସଭାପତି ଡ଼. ନଳିନୀ ପତି , ପିତାମ୍ବର ବାରିକ , ରିତା ପାତ୍ର , ସାଗର ଶତପଥୀ ,ପବିତ୍ର ମହାରଥା ,ମନୋଜ ନାୟକ ,ଶୁଚିସ୍ମିତା ପୃଷ୍ଟି ,ଉପେନ୍ଦ୍ର ପାଢ଼ୀ , ସନ୍ଧ୍ୟା ମହାନ୍ତି ,ପୁଷ୍ପାଞ୍ଜଳି ବାରିକ ,ମନୋଜ ପାତ୍ର , କାବେରୀ ବେହେରା ପ୍ରମୁଖ ଏହି ୱେବିନାର ରେ ଯୋଗଦେଇଥିଲେ |

Leave a Reply

Your email address will not be published. Required fields are marked *

Trending

Exit mobile version