Connect with us

ବରଗଡ଼ ୧୫/୩ : ନିର୍ବାଚନୀ ବିଗୁଲ ବାଜିବା ପରେ ପ୍ରଥମ ଥର ଓଡ଼ିଶା ଗସ୍ତରେ ଆସି ବରଗଡ଼ର ସରସରା ପଡିଆରେ ଜନସଭାକୁ ସମ୍ବୋଧିତ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ ମାତ୍ର ହେଲା କଣ। ଏହି ପରି ଓଡ଼ିଶା ଏବେ ବେରୋଜଗାରର ସେଣ୍ଟର ହୋଇ ଯାଇଛି। ଅନ୍ୟ ପଟେ ମୋଦୀ ବି ଚାଷୀଙ୍କ ପାଇଁ ବଡ଼ ପ୍ରତିଶ୍ରୁତି ଦେଇଥିଲେ, ମାତ୍ର ଚାଷୀ ନୁହେଁ ତାଙ୍କର ବଡ଼ ବଡ଼ ମିତ୍ରଙ୍କ ପାଇଁ ଋଣ ଛାଡ଼ କଲେ ବୋଲି ରାହୁଲ କହିଛନ୍ତି। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ରାହୁଲ ନିକଟରେ ତିନୋଟି ରାଜ୍ୟରେ ନିଜ ସରକାରଙ୍କ ଉପଲବ୍ଧି ବଖାଣିଥିଲେ।

ରାହୁଲ କହିଛନ୍ତି ଯେ ବରଗଡ଼ ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିଲା। ମାତ୍ର ରାଜ୍ୟ ସରକାରଙ୍କ ବିଫଳତା କାରଣରୁ ଆଜି ଏଠାରେ ଚାଷୀ ଦୈନିକ ଆତ୍ମହତ୍ୟା କରୁଛନ୍ତି। କୌଣସି ଏମିତି ଦିନ ନାହିଁ ଯେଉଁ ଦିନ ଚାଷୀ ଆତ୍ମହତ୍ୟା କରୁନି। ନବୀନ କହିଥିଲେ ସାରା ରାଜ୍ୟରେ ଶୀତଳ ଭଣ୍ଡାର କରିବେ, ମାତ୍ର ଦୀର୍ଘ ୧୯ ବର୍ଷର ଶାସନରେ ମଧ୍ୟ ନବୀନ ସରକାର ଆବଶ୍ୟକ ଶୀତଳ ଭଣ୍ଡାର ମଧ୍ୟ କରି ପାରିଲା ନାହିଁ।
ଆମେ ଯାହା ପ୍ରତିଶ୍ରୁତି ଦେଉ ତାହା ପାଳନ କରୁ। ଆମେ ଭୋଟ୍ ପୂର୍ବରୁ ଛତିଶଗଡ଼ରେ ୩ଟି ପ୍ରତିଶ୍ରୁତି ଦେଇଥିଲୁ। ଛତିଶଗଡ଼ରେ ୧୦ ଦିନ ମଧ୍ୟରେ ଋଣ ଛାଡ଼ କରିବୁ କହିଥିଲୁ, ତାହା ୬ ଘଣ୍ଟାରେ ପୂରଣ କଲୁ। ମାସକରେ ବସ୍ତରରେ ଥିବା ଟାଟା ଜମି ଚାଷୀଙ୍କୁ ଫେରାଇଲୁ।  ଓଡ଼ିଶା ବେରୋଜଗାରୀ ସେଣ୍ଟର ହୋଇଥିବା ରାହୁଲ କହିଛନ୍ତି। ରାଜ୍ୟର ଯୁବକ ମାନେ କାମ ନପାଇ ବାହାରକୁ ଯାଉଛନ୍ତି। ଏହା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଆମ ସରକାରର ଲକ୍ଷ୍ୟ ଗରିବକୁ ସାହାଯ୍ୟ କରିବା। ମାତ୍ର ମୋଦୀ ଓ ନବୀନ ଶିକ୍ଷା ଓ ସ୍ଵାସ୍ଥ୍ୟକୁ ଘରୋଇକରଣ କରି ଦେଇଛନ୍ତି।

Nation

ଯୋଗୀଙ୍କୁ ମିଳୁନି ମୋଦିଙ୍କ ଦେଖା

Published

on

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ଅଭିମୁଖୀ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥଙ୍କୁ ମିଳୁନି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଖା।

ଗତ ମାସରେ ପ୍ରଧାନମନ୍ତ୍ରୀଙ୍କୁ ଏକା ଏକା ଭେଟିବା ପାଇଁ ଯୋଗୀ ଅତି କମରେ ତିନି ତିନି ଥର ଅନୁରୋଧ କରିଥିଲେ ମଧ୍ୟ ତାଙ୍କୁ ସେ ସୁଯୋଗ ମିଳି ନଥିଲା।

ରାଜ୍ୟ ମନ୍ତ୍ରମଣ୍ଡଳରେ କଂଗ୍ରେସରୁ ଆସି ବିଜେପିରେ ଯୋଗ ଦେଇଥିବା ଜିତିନ ପ୍ରସାଦ ଏବଂ ସଞ୍ଜୟ ନିଷ।ଦଙ୍କୁ ସାମିଲ କରିବା ସମ୍ପର୍କରେ ଆଲୋଚନା ପାଇଁ ଯୋଗୀ ମୋଦିଙ୍କୁ ଏକା ଏକା ଭେଟିବାକୁ ଚାହୁଁଥିଲେ।

ସେ ଯାହା ହେଉ ଯୋଗୀ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରି ଏହି ଦୁଇ ନେତାଙ୍କୁ ଏବେ ମନ୍ତ୍ରୀ କରିଛନ୍ତି।

Continue Reading

ରାଜନୀତି

ୱ।ଇଏସଆର କଂଗ୍ରେସ ଏମପି କ୍ରିଷ୍ଣ ରାଜୁ ଏବେ ଅଛୁଆଁ

Published

on

ନୂଆଦିଲ୍ଲୀ: ୱ।ଏସ ଆର କଂଗ୍ରେସର ଅସନ୍ତୁଷ୍ଟ ନେତା କେ ରଘୁ ରାମ କ୍ରିଷ୍ଣ ରାଜୁ ଏବେ ଦଳରେ ଅଛୁଆଁ ହୋଇ ପଡିଛନ୍ତି। ଏପରିକି ତାଂକ ହାତରୁ ଖାଇବାକୁ ମଧ୍ୟ ଦଳୀୟ ନେତାମାନେ ସଂକୋଚ ବୋଧ କରୁଛନ୍ତି। ଦଳର ନେତାମାନେ ତାଂକ ସହିତ କଥା ବି ହେଉ ନାହାନ୍ତି।

ଅତ୍ୟନ୍ତ ମେଳାପୀ ରାଜୁ ଆଗରୁ ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ନିଜ ଦଳର, ଶାସକ ଦଳର ଏବଂ ବିରୋଧୀ ଦଳର ଏମପିମାନକୁ ମିଠା ଜଳଖିଆ ଖୁଆଇ ରାଜୁ ବେଶ ଲୋକପ୍ରିୟ ଥିଲେ।

ହେଲେ ଆଜିକାଲି ପାର୍ଲିଆମେଣ୍ଟର ସେଣ୍ଟ୍ରାଲ ହଲରେ ତାଙ୍କ ମିଠା ଜଳଖିଆ ଆଉ ୱ।ଇଏସଆର କଂଗ୍ରେସ ଏମପିମାନେ ଖାଉ ନାହାନ୍ତି।

ୱ।ଇଏସଆର କଂଗ୍ରେସର ଏମପିମାନେ ଦଳର ସୁପ୍ରିମୋ ଜଗନ ରେଡ୍ଡୀଙ୍କ କ୍ରୋଧର ଶିକାର ହେବାକୁ ଚାହୁଁ

 

Continue Reading

ରାଜନୀତି

ବଜେପି ପ୍ରାକ୍ତନ ମୁଖପାତ୍ର ରାମ ମାଧବ ଏବେ ବହି ଲେଖୁଛନ୍ତି

Published

on

ନୂଆଦିଲ୍ଲୀ: ବିଜେପିର ପୂର୍ବତନ ଜାତୀୟ ସାଧାରଣ ସମ୍ପାଦକ ରାମ ମାଧବ ବର୍ତମାନ ବହି ଲେଖାରେ ବ୍ୟସ୍ତ। ଜେପି ନଡ୍ଡା ଟିମରୁ ବାଦ।ପଡିବା ପରେ ରାମ ମାଧବ ଆରଏସଏସକୁ ପୂର୍ଣକାଳୀନ ସେବା ପାଇଁ ଫେରି ଆସିଛନ୍ତି। ତେବେ ରାମ ମାଧବ ନିଜକୁ ଲେଖାଲେଖିରେ ନିୟୋଜିତ କରିଛନ୍ତି। ତାଙ୍କର ନୂଆ ବହି ‘ବିକଜ଼ ଇଣ୍ଡିଆ ଫାଷ୍ଟ’ ନିକଟରେ ପ୍ରକାଶିତ ହେବା ପରେ ସେ ବର୍ତମାନ ବିଜେପି ଚିନ୍ତକ ଦୀନଦୟାଲ ଉପାଧ୍ୟୟଙ୍କ ଜୀବନ ଦର୍ଶନକୁ ନେଇ ଏକ ପୁସ୍ତକ ଲେଖିବା ଆରମ୍ଭ କରିଛନ୍ତି। ପୁସ୍ତକରେ ଦୀନଦୟାଲ ଉପାଧ୍ୟାୟଙ୍କୁ ଦେଶର ରାଜନୈତିକ ଏବଂ ସାମାଜିକ କ୍ଷେତ୍ରରେ ଏକ ତୁଙ୍ଗ ନେତା ଭାବେ ଜାତୀୟସ୍ତରରେ ଉପସ୍ଥାପିତ କରିବାକୁ ରାମ ମାଧବ ଉଦ୍ୟମ କରିବେ।

Continue Reading

Trending

Copyright © 2018 Odisha News Line. Developed By Swadhin IT Solutions