ଅପରାଧ

ବରବେଶରେ ଅଧା ବାଟରୁ ଉଠାଇ ନେଲା ପୋଲିସ

Published

on

ଅସ୍ତରଙ୍ଗ ୩/୩ ବରବେଶରେ ବାହା ହେବାକୁ ଯାଉଥିଲା ବର । ବାଟରୁ ଉଠାଇ ନେଲା ପୋଲିସ । ଏପରି ଏକ ଅଭାବନୀୟ ଘଟଣା ସାରା ଅସ୍ତରଙ୍ଗ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଗିରଫ ଯୁବକ ଜଣକ ହେଉଛନ୍ତି ଅସ୍ତରଙ୍ଗ ନିକଟ ନାନକେରା ଗ୍ରାମର । ପୂର୍ବରୁ ନିଜ ଗ୍ରାମର ଜଣେ ଯୁବତୀଙ୍କ ସହିତ ତାଙ୍କର ପ୍ରେମ ସଂପର୍କ ରହିଥିଲା । ଏନେଇ ଥାନାରେ ମାମଲା ରହିଛି । ପରେ ଚିତ୍ରେଶ୍ୱରୀ ଗ୍ରାମର ଅନ୍ୟଜଣେ ଯୁବତୀଙ୍କ ସହିତ ପ୍ରେମ କରି ସେ ଧରାପଡିବା ପରେ ବିବାହ କରିବାକୁ ଯାଉଥିଲେ । ପୂର୍ବତନ ପ୍ରେମିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯିବା ପରେ ଅସ୍ତରଙ୍ଗ ପୋଲିସ ତାଙ୍କୁ ଗିରଫ କରିଛି । ପ୍ରେମ ମାୟାରେ ବାୟା ବିଚରା ଯୁବକ ଜଣକ ଏବେ ଶିଶୁପାଳ ଅବସ୍ଥାର ହଟହଟା ହୋଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version