ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗ, ପ୍ରଧାନମନ୍ତ୍ରୀଙ୍କ ଶୋକ
ନୂଆଦିଲ୍ଲୀ: ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ କୋବିଡ଼ରେ ପରଲୋକ ହୋଇଯାଇଛି। ସେ ଓଡ଼ିଶାର ସୁନାମଧନ୍ୟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁଙ୍କ ପୁତ୍ର।
ତାଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଡିପିଆଇଆଇଟି ସଚିବ ଡଃ ଗୁରୁପ୍ରସାଦ ମହାପାତ୍ରଙ୍କ ବିୟୋଗରେ ମୁଁ ମର୍ମାହତ । ଗୁଜୁରାଟ ଏବଂ କେନ୍ଦ୍ରରେ ବହୁ ବର୍ଷ ଧରି ମୁଁ ତାଙ୍କ ସହ କାର୍ଯ୍ୟ କରିଥିଲି । ପ୍ରଶାସନିକ ବିଷୟ ଉପରେ ତାଙ୍କର ବିଶେଷ ଜ୍ଞାନ ଥିଲା ଏବଂ ନିଜର ନୂତନ ଉତ୍ସାହ ପାଇଁ ସେ ଭଲଭାବେ ଜଣାଶୁଣା ଥିଲେ । ତାଙ୍କ ପରିବାର ଏବଂ ବନ୍ଧୁବର୍ଗଙ୍କ ପ୍ରତି ମୋର ସମବେଦନା । ଓମ୍ ଶାନ୍ତି” ।