ରାଜ୍ୟ

ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Published

on

ଭୁବନେଶ୍ୱର ୧୫ : ଆରମ୍ଭ ହେଲା ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର‌୍ୟ୍ୟକ୍ରମ । ସଚିବାଳୟରେ ଭିଡ଼ିଓ କନଫରେସିଂ ଜରିଆରେ ଏହି କାର‌୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ବ୍ରହ୍ମପୁରରୁ ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାରେ ଭେଲକାନୀ ଓ ତାଞ୍ଜୋର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ତୀର୍ଥଯାତ୍ରୀ ମାନଙ୍କୁ ଶୁଭକାମନା ଜଣାଇଛନ୍ତି ।
ଗତ ୨୦୧୬ ଜୁଲାଇ ମାସରୁ ଆରମ୍ଭ ହୋଇଥିବା ଏହି ବରିଷ୍ଠ ନାଗରିକ ତୀର୍ଥଯାତ୍ରା କାର‌୍ୟ୍ୟକ୍ରମରେ ବର୍ତ୍ତମାନ ସୁଦ୍ଧା ୧୦ଟି ଟ୍ରେନରେ ପାଖାପାଖି ୧୦ ହଜାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା କରିଛନ୍ତି । ବ୍ରହ୍ମପୁର, ଭୁବନେଶ୍ୱର, ସମ୍ବଲପୁର, ବାଲେଶ୍ୱର, ଟିଟିଲାଗଡ଼ ଆଦି ସ୍ଥାନରୁ ଯାତ୍ରୀମାନେ ରାମେଶ୍ୱରମ, ବଦୁରାଇ, ଆଲ୍ଲାବାଦ, ବାରଣାସୀ, ଋଷିକେଶ, ଆଗ୍ରା, ଫେତେପୁରସିକ୍ରି, ମଥୁରା ଭଳି ସ୍ଥାନକୁ ଯାତ୍ରା କରିଛନ୍ତି । ଚଳିତ ବର୍ଷ ଆଉ ଦୁଇଟି ଟ୍ରେନ୍ ତୀର୍ଥଯାତ୍ରା କରିବାର କାର‌୍ୟ୍ୟକ୍ରମ ରହିଛି ।
ସେପଟେ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କହିଛନ୍ତି ଯେ, ଏହି କାର‌୍ୟ୍ୟକ୍ରମ ଜରିଆରେ ସେମାନଙ୍କ ବାର୍ଦ୍ଧକ୍ୟ ଜୀବନରେ ତୀର୍ଥ ଯାତ୍ରା କରିବାର ଆଶାକୁ ସରକାର ପୂରଣ କରିଛନ୍ତି । ଏହାସହ କାର‌୍ୟ୍ୟକ୍ରମର ଉଚ୍ଚ ପ୍ରସଂଶା କରିଛନ୍ତି ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ।

Leave a Reply

Your email address will not be published. Required fields are marked *

Trending

Exit mobile version