ରାଜନୀତି

ବରୀରେ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର

Published

on

ବରୀ ୨୨/୪ : ବରୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମାରାଥନ୍ ପ୍ରଚାର । ବରୀରେ ଜନସଭା କରିବା ପରେ ରୋଡ୍ ସୋ’ରେ ବାହାରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇଟେକ୍ ବସରେ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି ବିଜେଡି ସୁପ୍ରିମୋ । ଚତୁର୍ଥ ପର‌୍ୟ୍ୟାୟ ତଥା ଆସନ୍ତା ଏପ୍ରିଲ ୨୯ ତାରିଖରେ ଯାଜପୁର ଜିଲ୍ଲାରେ ମତଦାନ ହେବ ।
ତେବେ ରୋଡ୍ ସୋ’ ପୂର୍ବରୁ ବରୀରେ ଏକ ଜନସଭାକୁ ସମ୍ବୋଧିତ କରିଥିଲେ ନବୀନ । ଜନସଭାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି ବିଜେଡି ସୁପ୍ରିମୋ । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଇବା ସହ ବିଜେଡି ପ୍ରାର୍ଥୀଙ୍କୁ ଭୋଟ୍ ଦେବାକୁ ଅନୁରୋଧ କରିଛନ୍ତି ନବୀନ ।
ରାଜ୍ୟରେ ଦୁଇଟି ପର‌୍ୟ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ରାତି ପାହିଲେ ତୃତୀୟ ପର‌୍ୟ୍ୟାୟ ନିର୍ବାଚନ ପାଇଁ ଭୋଟ୍ ପଡିବ । ସେପଟେ ଏପ୍ରିଲ ୨୯ ତାରିଖରେ ଓଡିଶାରେ ଚତୁର୍ଥ ତଥା ଶେଷ ପର‌୍ୟ୍ୟାୟ ନିର୍ବାଚନ ପାଇଁ ମତଦାନ ହେବ ।

Leave a Reply

Your email address will not be published. Required fields are marked *

Trending

Exit mobile version