ରାଜ୍ୟ

ବର୍ତ୍ତମାନ ସୁଦ୍ଧା ୩୦ଲକ୍ଷ ୪୦ ହଜାର ୩୮ ଜଣ ହିତାଧୀକାରୀ ‘କାଳିଆ’ ଯୋଜନାରେ ସାମିଲ ହୋଇ ଉକୃତ ହୋଇଛନ୍ତି

Published

on

ଭୁବନେଶ୍ୱର ୨୧/୨ : ସାରା ଦେଶରେ କୃଷକଙ୍କ ଉନ୍ନତି ପାଇଁ ଓଡ଼ିଶା ସରକାରଙ୍କ ‘କାଳିଆ’ ଯୋଜନା ପ୍ରସଂଶା ସାଉଣ୍ଟୁଛି । ଆଉ ଏହି ଯୋଜନା ‘କାଳିଆ’ ଯୋଜନାରେ ବର୍ତ୍ତମାନ ସୁଦ୍ଧା କେତେଜଣ ହିତାଧୀକାରୀ ସାମିଲ ହୋଇଛନ୍ତି ସେନେଇ ତାଲିକା ପ୍ରଦାନ କଲେ ରାଜ୍ୟ ସରକାର । କେଉଁ ଜିଲ୍ଲାରୁ କେତେ ଜଣ ‘କାଳିଆ’ ଯୋଜନାରେ ଉପକୃତ ହୋଇଛନ୍ତି ଜିଲ୍ଲାୱାରୀ ତାଲିକା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ।
‘କାଳିଆ’ ଯୋଜନା: କେଉଁ ଜିଲ୍ଲାରୁ କେତେ ହିତାଧିକାରୀ ସାମିଲ ହୋଇଛନ୍ତି ସରକାର ଦେଲେ ତାଲିକା । ସରକାରଙ୍କ ସୂଚୀରେ ‘କାଳିଆ’ ଯୋଜନାରେ ଉପକୃତ ହିତାଧିକାରୀଙ୍କ ସଂଖ୍ୟା ।
ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବର୍ତ୍ତମାନ ସୁଦ୍ଧା ୩୦ଲକ୍ଷ ୪୦ ହଜାର ୩୮ ଜଣ ହିତାଧୀକାରୀ ସାମିଲ ହୋଇ ଉକୃତ ହୋଇସାରିଛନ୍ତି ବୋଲି ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ସ୍ପଷ୍ଟ ହୋଇଛି । ତେବେ ଜିଲ୍ଲାୱାରୀ ଯଦି ଏହି ତାଲିକାକୁ ଅନୁଧ୍ୟାନ କରିଯାଏ ତାହାହେଲେ ମୟୂରଭଞ୍ଜରୁ ସର୍ବାଧିକ ୨ ଲକ୍ଷ ୨୭ ହଜାର ୭୦ ଜଣ ହିତଧାକାରୀ ସାମିଲ ହୋଇ ଲାଭବାନ୍ ହୋଇପାରିଛନ୍ତି । ଏହାପରେ ଗଞ୍ଜାମ ଜିଲ୍ଲାରୁ ମୋଟ୍ ୧ ଲକ୍ଷ ୯୦ ହଜାର ୪୯୮ ଜଣ ହିତାଧକାରୀ ସାମିଲ ହୋଇଥିବା ଏହି ସରକାରୀ ତାଲିକାରେ ଉଲ୍ଲେଖ ରହିଛି ।
ସେହିଭଳି ବାଲେଶ୍ୱର ଜିଲ୍ଲାର ୧ ଲକ୍ଷ ୮୨ ହଜାର ୪୭୫ ଜଣ ହିତାଧାକାରୀ କାଳିଆ ଯୋଜନାରେ ସାମିଲ ହୋଇଥିବାବେଳେ କଳାହାଣ୍ଡି ଜିଲ୍ଲାରୁ ୧ ଲକ୍ଷ ୭୩ ହଜାର ୨୯୩ ଜଣ ହିତାଧିକାରୀ ସାମିଲ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡ଼ିଛି । ଏହିଭଳି ଭାବେ ରାଜ୍ୟ ସମସ୍ତ ଜିଲ୍ଲାରୁ ମୋଟ୍ ୩୦ ଲକ୍ଷ ୪୦ ହଜାର ୩୮ ଜଣ ଚାଷୀ, କ୍ଷୂଦ୍ର ଚାଷୀ, ଭୂମିହୀନ ଚାଷୀ, ଓ ଭାଗଚାଷୀ ମାନେ ସାମିଲ ହୋଇ ଉପକୃତ ହୋଇପାଛନ୍ତି ବୋଲି ସରକାରୀ ଦସ୍ତାବିଜ କହୁଛି ।

Leave a Reply

Your email address will not be published. Required fields are marked *

Trending

Exit mobile version