ବଲାଙ୍ଗିର ୧୪/୧ : ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ଗତକାଲି ବଲାଙ୍ଗିର-ବିଛୁପାଲି ପାସେଞ୍ଜର ଟ୍ରେନର ଶୁଭାରମ୍ଭ କରିବେ । ଏଥିପାଇଁ ଆଜି ବଲାଙ୍ଗିରରୁ ବିଛୁପାଲି ପର୍ଯ୍ୟନ୍ତ ଏହି ପାସେଞ୍ଜର ଟ୍ରେନର ପରୀକ୍ଷାମୂଳକ ଚଳାଚଳ କରାଯାଇଛି । ଏହି ଲାଇନରେ ନୂଆ ଟ୍ରେନର ଚଳାଚଳ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଂଚଳରେ ବେଶ୍ ଆନନ୍ଦ ପ୍ରକାଶ ପାଇଛି ।