ରାଜ୍ୟ

ବସ୍ତିର ପ୍ରତ୍ୟେକ ପରିବାରକୁ ୨.୫ ହଜାର ଏବଂ ୫୦କେଜି ଚାଉଳ

Published

on

ଭୁବନେଶ୍ବର ୧୧/୫ : ବିଏମସି ପକ୍ଷରୁ ପ୍ରାୟ ୮୧ହଜାର ରାସନକାର୍ଡଧାରୀଙ୍କୁ ବାତ୍ୟା ସହାୟତା ପ୍ରଦାନ କରାଯାଇଥିବାବେଳେ ହଜାର ହଜାର ବସ୍ତିବାସିନ୍ଦା ରାସନ୍ କାର୍ଡ ନଥିବାରୁ ସହାୟତା ପାଇ ନଥିବା ଅଭିଯୋଗ ହୋଇଛି । ଏପରିକି ଏନେଇ ବିଏମସି ଅଫିସ ଘେରାଉ କରିବା ସହ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରାଯାଉଛି ।
ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ଯେ, ବସ୍ତିର ପ୍ରତ୍ୟେକ ପରିବାରକୁ ବାତ୍ୟା ସହାୟତା ମିଳିବ। ଏଥିରେ ସେମାନଙ୍କୁ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ପ୍ରଦାନ କରାଯିବ। ଏନେଇ ସ୍ବତନ୍ତ୍ର ରିଲିଫ କମିସନର୍ ବିଷ୍ଣୁପଦ ସେଠୀ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି।
ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ନିୟମ ଅନୁଯାୟୀ, ଏବେ ଆମେ ୧ଲକ୍ଷ ୪ହଜାର ୮୧୪ଜଣ ରାସନ୍ କାର୍ଡଧାରୀଙ୍କୁ ସହାୟତା ପ୍ରଦାନ କରିବାକୁ ପ୍ରସ୍ତୁତି କରିଥିବାବେଳେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ଆଉ ପ୍ରାୟ ୧୦% ଅଧିକ ହିତାଧିକାରୀ ଏହି ସହାୟତା ପାଇବେ। ସେମାନଙ୍କୁ ଅଢ଼େଇ ହଜାର ଟଙ୍କା ଏବଂ ୫୦କେଜି ଚାଉଳ ପ୍ରଦାନ କରିବୁ।

Leave a Reply

Your email address will not be published. Required fields are marked *

Trending

Exit mobile version