ରାଉରକେଲା ୧୫/୧ : ରାଉରକେଲାରେ ଆଜି ଏକ ବସ ଓଲଟିପଡ଼ିବା ଫଳରେ ପ୍ରାୟ ୧୦ ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ବସଟି ରାଉରକେଲାରୁ ଜରେଇକେଲା ଅଭିମୁଖେ ଯାଉଥିବାବେଳେ ବନ୍ଧମୁଣ୍ଡା ନିକଟରେ ଓଲଟି ପଡ଼ିଥିଲା । ଆହତମାନଙ୍କୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକମାନେ ବନ୍ଧମୁଣ୍ଡା ନିକଟରେ ରାଉରକେଲା-ବିଶ୍ରା ରାସ୍ତାକୁ ଅବରୋଧ କରିଥିଲେ । ସେମାନଙ୍କ ପକ୍ଷରୁ ମଧ୍ୟ ଏହି ରାସ୍ତାରେ ଭାରି ଯାନ ଚଳାଚଳ ବନ୍ଦ ପାଇଁ ଦାବି କରାଯାଇଥିଲା ।