ଅନୁଗୁଳ ୨୬/୧୨ : ବଅଁରପାଳ ଥାନା ଗୋତମରା ନିକଟରେ ଏକ ବସ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୩୦ରୁ ଉଦ୍ଧ୍ୱର୍ ଲୋକ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କେନ୍ଦ୍ରାପଡ଼ାର କିଛି ଲୋକ ଏକ ବସରେ ପିକନିକ କରିବାକୁ ରାଉରକେଲା ଯାଉଥିବାବେଳେ ଅନୁଗୁଳ ନିକଟରେ ଏଭଳି ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଚଲାଇଛି ।