ରାଜ୍ୟ

ବସ-ବାଇକ ଦୁର୍ଘଟଣା : ୨ ବାଇକ ଆରୋହୀ ମୃତ

Published

on

ବସରେ ଧକ୍କା ହେବାରୁ ଚାଲିଗଲା ୨ ବାଇକ ଆରୋହୀଙ୍କ ଜୀବନ । ମିଳିଥିବା ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତ୍ରିରେ ଖୋର୍ଦ୍ଧା-ବଲଙ୍ଗୀରର ଜାତୀୟ ରାଜପଥରେ ମୋଡାଣି ଉପରେ ବସଟି ବାଇକରେ ଯାଉଥିବା ୨ ଜଣଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାଇକ ଆରୋହୀଙ୍କ ଜୀବନ ଚାଲିଯାଇଥିଲା । ତେବେ ଉଭୟ ବାଇକ ଆରୋହୀ ମଦ୍ୟପାନ କରିଥିବା ସୂଚନା ମିଳିଛି । ମୃତ ବାଇକ୍ ଆରୋହୀ ଦୁହେଁ ହେଉଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା
ଥାନା କୁଟିବାରି ଗାଁର ବିଶ୍ୱଜିତ ପ୍ରଧାନ ଏବଂ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅନ୍ତର୍ଗତ ବାନେର ଗାଁ’ର କୃଷ୍ଣ ନାୟକ। ଖବର ପାଇ ପୁଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ବାଇକ୍ ଓ ବସକୁ ଥାନାକୁ ନେଇଛି। ମୃତ ବାଇକ୍ ଆରୋହୀଙ୍କ ପରିବାରକୁ ପୁଲିସ ଖବର ଦେଇଛି। ସେମାନେ ପହଞ୍ଚିବା ପରେ ଶବ ବ୍ୟବଚ୍ଛେଦ କରାଯିବ।

Leave a Reply

Your email address will not be published. Required fields are marked *

Trending

Exit mobile version