ଭୁବନେଶ୍ୱର ୧୨/୧୨ : ଡିଜେଲ ମୂଲ୍ୟ କମିଥିବାରୁ ରାଜ୍ୟରେ ବସ ଭଡ଼ା ମଧ୍ୟ ହ୍ରାସ ପାଇଛି । ଅର୍ଡିନାରୀ ଓ ଏକ୍ସପ୍ରେସ୍ ଭଡ଼ା ୨ ପଇସା କମିଥିବାବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା ୪ ପଇସା କମିଛି । ପୂର୍ବରୁ ଅର୍ଡିନାରୀ ବସ ଭଡ଼ା କିଲୋମିଟର ପିଛା ୭୦ ପଇସା ଥିବାବେଳେ ତାହା ଏବେ ୬୮ ଏବଂ ଏକ୍ସପ୍ରେସ ଭଡ଼ା ୭୩ ପଇସା ଥିବାବେଳେ ଏବେ ୭୧ ପଇସାକୁ ହ୍ରାସ ପାଇଛି । ସେହିଭଳି ପୂର୍ବରୁ କିଲୋମିଟର ପିଛା ଡିଲକ୍ସ ବସ ଭଡ଼ା ୧ ଟଙ୍କା ୧ ପଇସା ଥିବାବେଳେ ଏବେ ତାହା ୯୭ ପଇସା ହୋଇଛି । ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୨୩ ପଇସାରୁ ୧ ଟଙ୍କା ୧୯ ପଇସାକୁ କମିଛି ।