ରାଜ୍ୟ

ବହୁକୁ ଗାଁ ଦାଣ୍ଡରେ ଘୋଷାରି ପିଟିଲା ଶ୍ୱଶୁର

Published

on

ଯାଜପୁର : ଲୋକ ଏବେ ମାନବିକତା ଭୁଲି ଯାଇଛନ୍ତି । କ୍ରୋଧରେ ସମ୍ପର୍କ ଭୁଲି ଯାଉଛି ମଣିଷ । ଶେଷରେ ଗାଁ ଦାଣ୍ଡରେ ବୋହୁକୁ ପିଟିଲେ ଶ୍ୱଶୁର । ଏହି ଘଟଣା ଘଟିଛି ଯାଜପୁର ଜିଲ୍ଲା କୋରେଇ ଥାନା ଧନେଶ୍ୱର ଗାଁରେ ଘଟିଛି । ଯାହାର ଭିଡିଓ ଏବେ ଭାଇରାଲହେବାକୁ ଲାଗିଛି । ଏହି ଭିଡିଓରେ ଦେଖିବାକୁ ମିଳିଛି ଶାଶୁ ମଧ୍ୟ ଏକ କାଠ ଫାଳିଆ ଧରି ଶ୍ୱଶୁରଙ୍କ ସହ ତାଳ ଦେଉଛନ୍ତି । ବୋହୁ ଯେତେ ଅନୁରୋଧ କଲେ ମଧ୍ୟ ସେମାନେ ଶୁଣୁନାହାନ୍ତି । ପାଣି କାଦୁଅରେ ବୋହୁର ଚୁଟି ଧରି ମାରୁଥିବା ଦେଖିବାକୁ ମିଳୁଛି । ଏହା ଦେଖି ପଡୋଶୀ ନ ମାରିବାକୁ ଅନୁରୋଦ୍ଧ କରିଛନ୍ତି କିନ୍ତୁ ସେମାନେ ଶୁଣୁ ନାହାନ୍ତି । ଏହି ଘଟଣାକୁ ଜଣେ ବ୍ୟକ୍ତି ମୋବାଇଲରେ ରେକର୍ଡିଂ କରି ଭାଇରାଲ କରିଛନ୍ତି । ଖବର ପାଇ ସେଠାରେ ବୀର ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version