ଢାକା: ଭାରତର ବୈଦେଶିକ ବିଭାଗ ସଚିବଙ୍କ ବାଂଲାଦେଶ ଗସ୍ତକୁ ନେଇ ଗଣମାଧ୍ୟମ ବାଉଳା ହୋଇ ଯାଇଛି।
ବୈଦେଶିକ ବିଭାଗ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲା ଗତ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ସାକ୍ଷାତ କରିବାକୁ ଢାକା ଆସିଥିଲେ। ଦେଶର ଉତ୍ତର-ପୂର୍ବ ସୀମାନ୍ତରେ ଚୀନ ଭାରତ ବିରୁଦ୍ଧରେ ସମରସଜ୍ଜା କରି ଉତ୍ତର-ପୂର୍ବାଂଚଳ ଦେଶ ନେପାଳ, ବାଂଲାଦେଶକୁ ଭାରତ ବିରୋଧି କରିବାକୁ ପ୍ରୟାସ କରୁଛି। ଚୀନ ଇତିମଧ୍ୟରେ ନେପାଳକୁ ନିଜ ପକ୍ଷକୁ ନେବାରେ କିଛିଟା ସଫଳ ହୋଇଛି। ବଙ୍ଗଳାଦେଶ ଉପରେ ପ୍ରଭାବ ବିସ୍ତାର କରିବାକୁ ଉଦ୍ୟମ କରୁଛି।
ଏହି ଦୃଷ୍ଟିରୁ ସଚିବ ଶ୍ରୀଙ୍ଗଲାଙ୍କ ବାଂଲାଦେଶ ଗସ୍ତ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା।
ହେଲେ ଗଣ ମାଧ୍ୟମରେ ସବୁ ବିଭ୍ରାନ୍ତିକର ସମ୍ବାଦମାନ ଦେଖିବାକୁମିଳିଲା। ଏପରିକି ଭାରତର ବୈଦେଶିକ ସଚିବଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭେଟିବାକୁ ମଧ୍ଯ ରାଜି ହେଲେନି।
ଗଣମାଧ୍ୟମର ଏହି ବଉଳପଣ ଦେଖି ବାଂଲାଦେଶ ରେ ଅବସ୍ଥାପିତ ଭରତୀୟର ଉଚ୍ଚାୟୁକ୍ତ ରିଭା ଦାସ ଗାଙ୍ଗୁଲି ଭାବିଲେ ତଥ୍ୟକୁ ନ ଥୋଇଲେ ଗୁଡ଼ି ଉଡାଇବାରେ ଓସ୍ତାଦ ଗଣମାଧ୍ୟମ ପରିସ୍ଥିତିକୁ ଜଟିଳ କରିଦେବ।
ଏଣୁ ଗାଙ୍ଗୁଲି ପ୍ରଧାନମନ୍ତ୍ରୀ ଶେଖ ହାସିନଙ୍କ ସହ ବିଦେଶ ସଚବଙ୍କ ଏକ ଫୋଟକୁ ଛାଡି ବଉଳା ଗଣମାଧ୍ୟମକୁ ଦେଇଛନ୍ତି ଯେ ହସିନା ଓ ଶ୍ରୀଙ୍ଗଲା ସାକ୍ଷାତ ହୋଇଥିଲା। ଏହି ଫୋଟୋରେ ଉଚ୍ଚାୟୁକ୍ତ ମଧ୍ୟ ଉପସ୍ଥିତି ରହିଛି।