ରାଜ୍ୟ

ବାଇକ୍କୁ ଧକ୍କା ଦେଲା ଟ୍ରକ୍ : ଜଣେ ମୃତ, ଜେଣ ଗୁରୁତର

Published

on

କଟକ ୩/୬ : ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସୂଚନା ମୂତାବକ, କଟକ ଜିଲ୍ଲା ବାଲିକୁଦା ଛକ ନିକଟରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଗୋଟିଏ ବାଇକରେ ବାପା ଓ ପୁଅ ଯାଉଥିଲେ । ବାଲିକୁଦା ଛକ ନିକଟରେ ବାଇକକୁ ଟ୍ରକଟି ଆସ ପଛପଟୁ ଧକ୍କା ଦେବା ଫଳରେ ଦୁହେଁ ରୋଡ଼ ଉପରେ ଛିଟିକି ପଡ଼ିଥିଲେ । ଘଟଣାସ୍ଥଳରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ପୁଅ ଗୁରୁତର ଥିବା ଜଣାପଡ଼ିଛି । ଗୁରୁତରଙ୍କୁ ପ୍ରଥମେ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *

Trending

Exit mobile version