ଖୋର୍ଦ୍ଧା ୫/୩ : ନାଚୁଣୀ ହରିପୁର ରାସ୍ତାରେ ଏକ ଅଭାବନୀୟ ସଡକ ଦୁର୍ଘଟଣା ଘଟିଯାଇଛି । ଏକ ପିସିଆର ଭ୍ୟାନ ବାଇକ ଓ କାରକୁ ପଛପଟୁ ଧକ୍କା ଦେଇଛି । ଫଳରେ କାରରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଥିବା ବେଳେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ପିସିଆର ଭ୍ୟାନକୁ ଜବତ କରିବା ସହ ସମସ୍ତ ଆହତଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି ସୁଚନାନୁସାରେ, ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ହରିପୁର ରାସ୍ତାର ଏନଏଚ ୧୬ରେ ଏକ ଦୁର୍ଘଟଣା ଘଟିଛି । ରାସ୍ତାରେ ଯାଉଥିବା ସମୟରେ ଭ୍ୟାନ ଚାଳକ ଜଣକ ଅନ୍ୟମନସ୍କ ହୋଇ କାର ଏବଂ ବାଇକକୁ ଧକ୍କା ଦେଇଥିଲା । ଯାହାଫଳରେ ବାଇକ ଚାଳକଙ୍କ ମୃତ୍ୟୁ ହେବା ସହ କାରରେ ଥିବା ୪ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଁଚି ଆହତ ଏବଂ ଗୁରୁତର ଯାତ୍ରୀଙ୍କୁ ନିକଟସ୍ଥ ଖୋର୍ଦ୍ଧା ମେଡିକାଲରେ ଭର୍ତି କରିଛି । ଏହାସହ ପିସିଆର ଭ୍ୟାନକୁ ଜବତ କରିଛି । ଏହି ଘଟଣାପରେ ସ୍ଥାନୀୟ ଅଂଚଳରେ ପ୍ରବଳ ଉତେଜନା ପ୍ରକାଶ ପାଇଛି ।