ଯାଜପୁର ୨୫/୩ : ଚାନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଭୁଲ ଦିଗରୁ ଆସି ଟ୍ର୍ରକଟି ଏକ ବାଇକକୁ ଧକ୍କା ଦେବା ଫଳରେ ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇଜଣ ଗୁରୁତର ଅଛନ୍ତି ।
ଯାଜପୁର ଜିଲ୍ଲା ପାଣିକୋଇଲି ଚାନ୍ଦପୁର ନିକଟରେ ଭୁଲରେ ବିପରୀତ ଦିଗରୁ ଆସି ବାଇକକୁ ଟ୍ର୍ରକଟି ମୁହାଁମୁହିଁ ଭାବେ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ଦୁଇ ଜଣ ଛାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ମୃତକ ଜଣକ ପାଇକୋଇଲି କଲେଜ ଅଧ୍ୟପକ ବୋଲି ଜଣାପଡ଼ିଛି । ଗୁରତର ଦୁଇ ଛାତ୍ରୀଙ୍କୁ ସ୍ଥାନୀୟ ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।