ଅପରାଧ

ବାଘଛାଲ ଜବତ : ଚାଲାଣକାରୀ ଫେରାର

Published

on

ଭବାନୀପାଟଣା ୨୭/୩ : ଗତ କିଛିଦିନ ତଳେ ମୟୁରଭଞ୍ଜ ଜିଲ୍ଲାରେ ୪ଟି କଲରାପତପରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଆଜି ପୁଣି ବାଘଛାଲ ଜବତ ହୋଇଛି । ତେବେ ବନ ବିଭାଗ ଯେ ଏହି ରାକେଟକୁ ରୋକିବାରେ ବିଫଳ ତାହା ପ୍ରମାଣିତ ହୋଇଛି । ଆଜି କଳାହାଣ୍ଡି ଜିଲ୍ଲା ଭବାନୀପାଟଣ ପୋଲିସ ଗୋଟିଏ ବାଘଛାଲ ଜବତ କରିଛି । ପୋଲିସ ସ୍ଥାନୀୟ ବିଶ୍ୱନାଥପୁର ଧଁଅରକଂଟାରେ ପେଟ୍ରୋଲିଂ କରୁଥିବା ବେଳେ ଏହାକୁ ଜବତ କରିଛି । କିନ୍ତୁ ଏହି ଘଟଣାରେ ସଂପୃକ୍ତ ଚାଲାଣକାରୀ ପୋଲିସକୁ ଦେଖି ଫେରାର ହୋଇଯାଇଛନ୍ତି । ତେବେ ପୋଲିସ ଏହି ଚାଲାଣକାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version