ରାଜ୍ୟ

ବାଙ୍କୀରେ ଚାଷୀ ଆତ୍ମହତ୍ୟା

Published

on

ବାଙ୍କୀ ୨୯/୧୨ : ନିକଟସ୍ଥ କୁଶପଙ୍ଗା ଗ୍ରାମର ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଚୈତନ୍ୟ ପରିଡ଼ା ନାମକ ଏହି ଚାଷୀ ଜଣକ ଚାଷ ପାଇଁ ଋଣ କରିଥିଲେ । କିନ୍ତୁ ବିଭିନ୍ନ କାରଣରୁ ଫସଲହାନି ଘଟିବାରୁ ସେ କିଛିଦିନ ଧରି ଚିନ୍ତାରେ ରହିବା ପରେ ଗତ ୨୧ ତାରିଖରେ କୀଟନାଶକ ପିଇ ଦେଇଥିଲେ । ଶନିବାର ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି । ଋଣ ବୋଝ କାରଣରୁ ସେ ଏଭଳି ଚରମ ପଦକ୍ଷେପ ନେଇଥିଲେ ବୋଲି ତାଙ୍କ ପରିବାର ଲୋକେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version