ରାଜନୀତି

ବାଙ୍କୀ-ବଡ଼ମ୍ବା ନିର୍ବାଚନୀ ସଭାରେ ନବୀନ : ମେ ୨୩ରେ ଦିଲ୍ଲୀର ମୁଖ୍ୟ ଇଞ୍ଜିନ ବି ଚାଲିଯିବ

Published

on

ବଡ଼ମ୍ବା ୧୮/୪ : ତୃତୀୟ ପର‌୍ୟ୍ୟାୟ ପାଇଁ ରାଜ୍ୟରେ ବିଜେଡି ଓ ବିଜେପି ପ୍ରଚାର ଅଭିଯାନକୁ ଜୋରଦାର କରିଛନ୍ତି। ଏହି କ୍ରମରେ କଟକର ବାଙ୍କୀ-ବଡ଼ମ୍ବାରେ ଆୟୋଜିତ ନିର୍ବାଚନୀ ସଭାରେ ବିଜେପି ଉପରେ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆକ୍ଷେପ କରି କହିଛନ୍ତି ଯେ, ମେ ୨୩ରେ ଦିଲ୍ଲୀରୁ ମୁଖ୍ୟଲ ଇଞ୍ଜିନ ସରକାର ବି ଚାଲିଯିବ।
ନବୀନ ଜନସଭାକୁ ସମ୍ଵୋଧିତ କରି ବିଜେପି ଉପରେ ବର୍ଷିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ, ଡବଲ ଇଞ୍ଜିନ ଥିବା ରାଜ୍ୟରେ ବିଜେପି କାହିଁକି ହାରିଲା। ବିଜେପିର ଡବଲ ଇଞ୍ଜିନରୁ ୫ଟି ବଗି ଲାଇନଚ୍ୟୁତ୍ ହୋଇ ସାରିଛି। ତେଣୁ ଓଡ଼ିଶାରେ ଡବଲ ଇଞ୍ଜିନ ହେବ ନାହିଁ। ରାଜ୍ୟବାସୀ ପଚାରୁଛନ୍ତି ଓଡ଼ିଶା ଇଞ୍ଜିନ କିଏ ?
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମେ ୨୩ରେ ଦିଲ୍ଲୀର ମୁଖ୍ୟ ଇଞ୍ଜିନ ବି ଚାଲିଯିବ। ଖାଲି ଦଳ ଜିତିଲେ ହେବ ନାହିଁ, ମହିଳାମାନେ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ। କାଳିଆ ଯୋଜନା ବିଷୟରେ ଉଲ୍ଲେଖ କରି ସେ କହିଛନ୍ତି ଯେ, କାଲିଆ ଯୋଜନାରେ ରାଜ୍ୟର ଚାଷୀ ଉପକୃତ ହୋଇଛନ୍ତି। ମାତ୍ର ବିଜେପିର ଚାପରେ କାଳିଆ ଯୋଜନାକୁ ଅଟକାଇ ଦିଆଯାଇଛି। ବିଜେପି ସରକାର ଓଡ଼ିଶା ବିରୋଧୀ, ଗରିବଙ୍କ ବିରୋଧୀ। କେନ୍ଦ୍ରର ବିଜେପି ସରକାର ଓଡ଼ିଶାର ୨୫ଲକ୍ଷ ଗରିବ ଲୋକଙ୍କୁ ଚାଉଳ ଦେଲା ନାହିଁ।

Leave a Reply

Your email address will not be published. Required fields are marked *

Trending

Exit mobile version