ଝାରସୁଗୁଡ଼ା ୨୯/୧୨ : ଝାରସୁଗୁଡ଼ା ଜିଲ୍ଲା ଅନ୍ତର୍ଗତ ବେଲ୍ପାହାଡର ଛୁଆଲିବେର୍ଣ୍ଣାଠାରେ ଥିବା ଏକ ବାଣ ଗୋଦାମରେ ବିସ୍ଫୋରଣ ଘଟି ଜଣେ କର୍ମଚାରୀ ପ୍ରାଣ ହରାଇଛନ୍ତି । ଏହି କର୍ମଚାରୀଙ୍କ ନାମ ସୁଶାନ୍ତ ଧୁରୁଆ । କର୍ମଚାରୀଜଣକ ଗୁରୁବାର ଗୋଦାମକୁ ଆସି ନିଜ କାମ କରୁଥିବବାବେଳେ ବାଣରେ ହଠାତ୍ ନିଆଁ ଲାଗିଯିବାରୁ ପ୍ରସଙ୍ଗ ବିସ୍ଫୋରଣ ଘଟିଥିଲା । ଫଳରେ ଗୋଦାମ ଘରଟି ସମ୍ପୂର୍ଣ୍ଣ ଧୂଳିସାତ୍ ହୋଇଯାଇଛି । ଗୋଦାମଟି ହୁତୁ ହୁତୁ ହୋଇ ଜଳୁଥିବାବେଳେ ସେଠାର ଦମକଳବାହିନୀ ପହଁଚି ନିଆଁକୁ ଆତୟତ୍ତ କରିଥିଲେ । ପୋଲିସ ସମ୍ପୃକ୍ତ କର୍ମଚାରୀଙ୍କ ଶବ ଜବତ କରି ତଦନ୍ତ କରୁଛି ।