ଦେଶ ବିଦେଶ

ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ : ୧୧ ମୃତ

Published

on

ଭଦୋହୀ ୨୩/୨ : ଭଦୋହୀର ଚୌରୀ କ୍ଷେତ୍ରର ରୋଟହାଁ ଗାଁରେ ଏକ ବାଣ ବ୍ୟବସାୟୀଙ୍କ ଘରେ ବିସ୍ଫୋରଣ ଘଟିଛି। ଏଥିରେ ପୂରା କୋଠା ଧ୍ଵଂସ ହୋଇ ଯାଇଛି। ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି।
ଭଦୋହୀ-ବାବତପୁର ମାର୍ଗର ଚୌରୀ କ୍ଷେତ୍ରର ରୋଟହା ଗାଁର ବାସିନ୍ଦା ଇରଫାନ ମନସୁରୀ ବାଣ ତିଆରି ଓ ବିକ୍ରି କରିବା କାମ କରୁଥିଲେ। ସେ ନିଜ ଘରେ ହିଁ ବାଣ ଦୋକାନ ଖୋଲିଥିଲେ। ଅନ୍ୟ ପଟେ କୋଠାର ପଛ ପାର୍ଶ୍ଵରେ କାର୍ପେଟ୍ ଫ୍ୟାକ୍ଟ୍ରି ଚାଲୁଥିଲା। ଏହି କ୍ରମରେ ଶନିବାର ପୂର୍ବାହ୍ନ ୧୧ଟା ୪୦ ମିନିଟରେ କୋଠାରେ ଭୀଷଣ ବିସ୍ଫୋରକ ହୋଇଥିଲା।
ଏଥିରେ ଇରଫାନ(୨୮)ଙ୍କ ସମେତ ୧୧ ଜଣ ବୁଣାକାରଙ୍କ ମୃତ୍ୟୁ ଘଟିଛି। ଜଣେ ବୃଦ୍ଧା ଓ ଜଣେ ବାଳକ ସମେତ ତିନି ଜଣ ଆହତ ହୋଇଛନ୍ତି। ପୋଲିସ ଧ୍ଵଂସାବଶେଷରୁ ସମସ୍ତ ଶବ ବାହାର କରିଛି। ବିସ୍ଫୋରଣ ଏତେ ଭୀଷଣ ଥିଲା ଯେ ଶବ ଓ କୋଠାର ଅଂଶ ୪୦୦ ମିଟର ପର‌୍ୟ୍ୟନ୍ତ ଦୂରରେ ପଡ଼ିଥିଲା। ଆଖପାଖରେ ଅନେକ କୋଠା ଏବଂ ଘରର କାନ୍ଥରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। କୁହାଯାଉଛି ଯେ ଘଟଣା ସମୟରେ କାରଖାନାରେ କିଛି ବୁଣାକାର କାମ କରୁଥିଲେ। ଏଥିରୁ ଅନେକଙ୍କ ପରିଚୟ ମଧ୍ୟ ମିଳି ନାହିଁ। ଘଟଣାସ୍ଥଳରେ ପୋଲିସ ଓ ପ୍ରଶାସନ ଉପସ୍ଥିତ ଉଦ୍ଧାରକାର‌୍ୟ୍ୟ ତଦାରଖ କରିଛନ୍ତି।

Leave a Reply

Your email address will not be published. Required fields are marked *

Trending

Exit mobile version