ଦେଶ ବିଦେଶ

ବାଣ ଭିଡୁଥିବାବେଳେ ବିସ୍ଫୋରଣ । ଜୀବନ ହାରିଲେ ଦମ୍ପତି

Published

on

ବାଣ ଭିଡିବା ବେଳେ ବିସ୍ଫୋରଣ । ଦୀପାବଳୀ ପୂର୍ବରୁ ଭୁବନେଶ୍ୱର ବାଲିଅନ୍ତା ଥାନା ଅନ୍ତର୍ଗତ ବନାମାଳୀପୁରରେ ଘଟିଛି ଅଘଟଣ । ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ଜ୍ଞାନେନ୍ଦ୍ର ମିଶ୍ର ଓ ତାଙ୍କ ପତ୍ନୀ ଝୁନି ମିଶ୍ର ବୋଲି ଜଣାପଡିଛି । ଏହା ସହିତ କେତେଜଣଙ୍କୁ ଗୁରୁତର ଅବସ୍ଥାରେ ଅଠାନ୍ତର ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗ ପହଂଚି ନିଆଁକୁ ଆୟତ୍ତ କରିଛିି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଶରୀରରୁ ହାତଗୋଡ ମୁଣ୍ଡ ଛିଡି ୫୦ ଫୁଟ ଦୂରରେ ପଡିଥିବା ଦେଖିବାକୁ ମିଳିଥିଲା । ଏହି ବିସ୍ଫୋରଣ ପଡୋଶୀଙ୍କ ୩ ବଖରା ଘରର ଛାତ ମଧ୍ୟ ଉଡିଯାଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version