ରାଜ୍ୟ

ବାତ୍ୟାରେ କ୍ଷତିଗ୍ରସ୍ତ କ୍ୟାପିଟାଲ ହସ୍ପିଟାଲ ପୂର୍ଣ୍ଣ କାର‌୍ୟ୍ୟକ୍ଷମ

Published

on

ଭୁବନେଶ୍ୱର ୧୨/୫ : ବାତ୍ୟାରେ କ୍ଷତିଗ୍ରସ୍ତ କ୍ୟାପିଟାଲ ହସ୍ପିଟାଲ ସ୍ଥିତି ପୂର୍ଣ୍ଣ କାର‌୍ୟ୍ୟକ୍ଷମ ।  ନବଜାତ ଶିଶୁଙ୍କ ଚିକିତ୍ସାପାଇଁ ଅତ୍ୟନ୍ତ ଜରୁରୀ ଥିବା କ୍ୟାପିଟାଲ ହସ୍ପିଟାଲର ଏସଏନସିୟୁଟି ବାତ୍ୟାରେ କ୍ଷତିଗ୍ରସ୍ତ ହେବାର ସପ୍ତାହକ ମଧ୍ୟରେ ଡାକକ୍ତରଖାନା କର୍ତ୍ତୁପକ୍ଷ ତାହାକୁ ପୂର୍ଣ୍ଣ କାର‌୍ୟ୍ୟକ୍ଷମ କରି ଦେଇଛନ୍ତି । ଶିଶୁ ଚିକିତ୍ସାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ କାର‌୍ୟ୍ୟ ଆରମ୍ଭ ହୋଇଥିଲା । ଗତ ତିନି ତାରିଖରେ ବାତ୍ୟା ଫୋନି ସମଗ୍ର ରାଜଧାନୀକୁ ଛାରଖାର କରିଥିବାବେଳେ କ୍ୟାପିଟାଲ ହସ୍ପିଟାଲର ଶିଶୁ ବିଭାଗ ଏସଏନସିୟୁକୁ ମଧ୍ୟ କ୍ଷତି ପହଂଚାଇଥିଲା । ପବନ ମାଡରେ ଏହାର ସିଲିଂ ଗୁଡିକ ଖଣ୍ଡ ଖଣ୍ଡ ହୋଇ ତଳକୁ ଗଳିଥିଲା । ସେତେବେଳ ଏସଏନସିୟୁରେ ୨୨ଜଣ ନବଜାତକ ଥିବାବେଳେ ଡାକ୍ତର, ନର୍ସ ଓ ସହାୟକମାନେ ନିଜ ଜୀବନକୁ ବାଜି ଲଗାଇ ଶିଶୁମାନଙ୍କୁ ଉଦ୍ଧାର କରିଥିଲେ ।
ବାତ୍ୟା ଜନିତ ଏହି ଦୁର୍ଘଟଣା ଓ ଶିଶୁଙ୍କ ଜୀବନ ବଂଚାଇବା କାର‌୍ୟ୍ୟ ପଦାକୁ ଆସିବାପରେ କର୍ତବ୍ୟରତ ଡାକ୍ତର, ନର୍ସ ଓ ସହାୟକମାନଙ୍କ ସାହସ ଓ ସେବା ମନୋଭାବକୁ ସବୁଆଡୁ ପ୍ରଶଂସାର ସୁଅ ଛୁଟିଥିଲା । ତେବେ ଭାଙ୍ଗିରୁଜି ଯାଇଥିବା ଏସଏନସିୟୁକୁ ତୁରନ୍ତ କାର‌୍ୟ୍ୟକ୍ଷମ କରିବା ଥିଲା ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ପାଇଁ ସବୁଠାରୁ ବଡ ଆହ୍ୱାନ ଥିଲା । ଡାକ୍ତରଖାନା ଆଖାପାଖରେ ଲୋକଙ୍କୁ ଘରକୁ ଏବେ ବି ବିଜୁଳି ସଂଯୋଗ ହୋଇପାରିନଥିବାବେଳେ ନିର୍ଦ୍ଦେଶକ ଅଶୋକ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ କିନ୍ତୁ ଏସଏନସିୟୁ ପୁନଃ କାର‌୍ୟ୍ୟକ୍ଷମ ହୋଇପାରିଛି ।

Leave a Reply

Your email address will not be published. Required fields are marked *

Trending

Exit mobile version