ଭୁବନେଶ୍ୱର ୧୮/୫ : ଜୁନ୍ ମାସ ପହିଲାରୁ ହିତାଧୀକାରୀଙ୍କୁ କାର୍ୟ୍ୟାଦେଶ ପ୍ରଦାନ କରାଯିବ । ତେବେ ଏଥର ଏଥିପାଇଁ ସର୍ଭେ ବେଳେ ଏକ ନୂଆ ଉପାୟ ଆପଣେଇବ ପଂଚାୟତିରାଜ ବିଭାଗ । ଏନେଇ ପଂଚାୟତିରାଜ ବିଭାଗର ସଚିବ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି । ୧୫ ତାରିଖରୁ ରାଜସ୍ୱ ନିରୀକ୍ଷକମାନେ ଘର ଘର ବୁଲି ସର୍ଭେ ଆରମ୍ଭ କରିଛନ୍ତି ।
ସର୍ଭେ ବେଳେ ନଷ୍ଟ ହୋଇଥିବା ଘରର ଜିଓ ଟାଗିଂ କରାଯିବ । ନୂଆକରି ବିକଶିତ ହୋଇଥିବା ମୋବାଇଲ ଆପ୍ ଆମ ଘର ଆପେରେ ଏହି ଟାଗିଂର ଫଟୋକୁ ଅପଲୋଡ୍ କରାଯିବ । ଏହାସହ ଏହି ଫଟୋକୁ ଗ୍ରାମୀଣ ବାସଗୃହ ଯୋଜନା ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାରଙ୍କ ଆର ଡଟ୍ ଏଚ ଡଟ୍ ଓଡ଼ିଶା ପୋର୍ଟାଲ ସହ ମେଳ କରାଯିବ । ଫଳରେ ଆଉ କୌଣସି ପ୍ରକାର ଜାଲିଆତି ହୋଇପାରିବ ନାହିଁ ।