ରାଜ୍ୟ

ବାତ୍ୟା ପୀଡିତଙ୍କୁ ଓଡିଶା ପୋଲିସର ‘କରୁଣା’ ଫ୍ରି କିଚେନ୍

Published

on

ଭୁବନେଶ୍ୱର ୮/୫ : ବାତ୍ୟା ପ୍ରଭାବରେ ଛାରଖାର ହୋଇଯାଇଛି ଶ୍ରୀକ୍ଷେତ୍ର ପୁରୀ । ଲୋକମାନଙ୍କ ଘର ଭାଙ୍ଗିଯାଇଥିବା ବେଳେ ଏବଂ ବାତ୍ୟା ଆଶ୍ରୟସ୍ଥଳ ଏବଂ ଜରିପାଲ ତଳେ ସେମାନଙ୍କ ଦିନ କଟୁଛି । ଏଭଳି ପରିସ୍ଥିତିରେ ପୁରୀରେ ବାତ୍ୟା ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଛି ଓଡିଶା ପୋଲିସ । ପ୍ରତ୍ୟେକଟି ପ୍ରତିକୂଳ ପରିସ୍ଥିତିରେ ପୋଲିସ ବାହିନୀର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ରହିଥାଏ । ଆଉ ଫୋନି ଯେଭଳି ସ୍ଥିତି ଓଡିଶାରେ ସୃଷ୍ଟି କରିଛି, ସେଥିପାଇଁ ବାତ୍ୟା ପୀଡିତଙ୍କ ମୁହଁରେ ଦିମୁଠା ଖାଇବାକୁ ଦେବା ପାଇଁ ଆଗକୁ ଆସିଛି ଓଡିଶା ପୋଲିସ । କରୁଣା ଫ୍ରି କିଚେନ୍ ଜରିଆରେ ଲୋକମାନଙ୍କ ପାଖରେ ରନ୍ଧା ଖାଦ୍ୟ ପହଞ୍ଚାଇ ଦେଉଛନ୍ତି ପୋଲିସ ବାହିନୀ । ପ୍ରଥମ ପର‌୍ୟ୍ୟାୟରେ ଏହା ୭ଦିନ ପାଇଁ ଆରମ୍ଭ କରାଯାଇଥିବା ବେଳେ ଆଗକୁ ସତ୍ୟବାଦୀ, ବ୍ରହ୍ମଗିରି ଏବେ ଅନ୍ୟ କେତେକ ସ୍ଥାନରେ ଏଭଳି ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶ୍ରର୍ମା ।

Leave a Reply

Your email address will not be published. Required fields are marked *

Trending

Exit mobile version