ରାଜ୍ୟ

ବାତ୍ୟା ପୀଡିତଙ୍କ ପାଇଁ ନିଜ ସ୍କଲାରସିପ୍ ଅର୍ଥ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କଲା ସମୀକ୍ଷା

Published

on

ବ୍ରହ୍ମପୁର ୧୪/୫ : ବାତ୍ୟା ‘ଫୋନି’ର ତାଣ୍ଡବରେ ଉପକୂଳ ଓଡିଶା ଛାରଖାର ହୋଇଯାଇଥିବା ବେଳେ ଅନେକ ଧନଜୀବନ ପ୍ରଭାବିତ ହୋଇଛି । ଫୋନି ଚାଲିଯାଇଚି ସତ, କିନ୍ତୁ ଯେଉଁ ଚିହ୍ନ ଛାଡିଯାଇଛି, ତାହା କେବେ ଯେ ଲିଭିବ, ଆକଳନ କରିବା ମଧ୍ୟ ମୁସ୍କିଲ । ଆଉ ବାତ୍ୟା ପୀଡିତଙ୍କ ପାଇଁ ଏବେ ସହାୟତାର ହାତ ବଢାଇଛି ସପ୍ତମ ଶ୍ରେଣୀରେ ପଢୁଥିବା ଏକ କୁନି ଝିଅ ।
ବାତ୍ୟା ଫୋନି ପ୍ରଭାବରେ ଅଧା ଓଡିଶା ଧ୍ୱସ୍ତବିଧ୍ୱସ୍ତ ହୋଇଥିବା ବେଳେ, ଏହାକୁ ପୁଣି ଥରେ ସଜାଡିବାକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରତିଦିନ ବିଭିନ୍ନ ମହଲରୁ ଅର୍ଥରାଶି ଦାନ କରାଯାଉଛି । ଏହି କ୍ରମରେ ଆଜି ବ୍ରହ୍ମପୁର ବାସୁଦେବ ନଗର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ସପ୍ତମ ଶ୍ରେଣୀ ଛାତ୍ରୀ ସମୀକ୍ଷା ମହାନ୍ତି, ନିଜର ସ୍କଲାରସିପ୍ ବାବଦ ଅର୍ଥରାଶିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦାନ କରିଛନ୍ତି । ଷଷ୍ଠ ଶ୍ରେଣୀରେ ସର୍ବୋଚ୍ଚ ନମ୍ବର ରଖି ୨୦୧୮-୧୯ ଶିକ୍ଷାବର୍ଷ ପାଇଁ ସ୍କଲାରସିପ ବାବଦରେ ପାଇଥିବା ୨୪ ଶହ ଟଙ୍କାର ଚେକ୍ ବାତ୍ୟା ପୀଡିତଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି ଏହି କୁନି ଝିଅ ।

Leave a Reply

Your email address will not be published. Required fields are marked *

Trending

Exit mobile version