ସ୍ପେଶାଲ ରିପୋର୍ଟ

ବାବୁଙ୍କ ଟିପ ଘୋରି ହୋଇଗଲାଣି

Published

on

ଭୁବନେଶ୍ୱର: ଲାଗିଛି ବାଓମେଟ୍ରିକ ଆଟେଣ୍ଡାସ ସିଷ୍ଟମ। ହେଲେ ଅଫିସ କର୍ମଚାରୀ କେହି ଦେଉ ନାହାନ୍ତି ଟିପି ଚିହ୍ନ ଉପସ୍ଥାନ। ପଚାରିଲେ କହୁଛନ୍ତି ଟିପ ଘୋରି ହୋଇଗଲାଣି।

ଡ଼ାଇରେକ୍ଟରେଟ ଅଫ କୋପରେଟିଭ ଅଡିଟ ଅଫିସରେ ବାଓମେଟ୍ରିକ ଆଟେଣ୍ଡାସ ସିଷ୍ଟମରେ କେହି ଉପସ୍ଥାନ ଦେଉ ନଥିବାର ଦେଖି ନୂଆ ହୋଇ ନିର୍ଦେଶକ ଦାଇତ୍ୱ ନେଇଥିବା ଚିନ୍ମୟ କବି ଅଫିସରମାନଙ୍କୁ ଡାକି ପଚାରିଲେ। ଉତ୍ତର ମିଳିଲା ଫାଇଲ ଚାଷ କରି କରି ଟିପଟା ଘୋରି ହୋଇଗଲାଣି। ଏଣୁ ବାଓମେଟ୍ରିକ କାମ ଦେଉନି।

ନିର୍ଦେଶକ ଦିନକୁ ଦୁଇ ଥର ବାଓମେଟ୍ରିକରେ ଉପସ୍ଥାନ ଦେବା ଆରମ୍ବ କରିବା ପରେ ବର୍ତ୍ତମାନ ଅନ୍ୟ କର୍ମଚାରୀ ଟିପ ଚିହ୍ନ ଦେବା ଆରମ୍ବ କଲେଣି।

ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଗତକାଲି ଅଫିସ ପରିଦର୍ଶନରେ ଯାଇଥିଲେ। ମନ୍ତ୍ରୀ କର୍ମଚାରୀମନେ ବାଓମେଟ୍ରିକ ଉପସ୍ଥାନ ଦେଉ ନଥିବା ଶୁଣି ବିରକ୍ତି ପ୍ରକାଶ କରିଥିଲେ। ଟିପ ଚିହ୍ନ ଦେବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *

Trending

Exit mobile version