ଦେଶ ବିଦେଶ

ବାରାଣାସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦି

Published

on

ବାରାଣାସୀ ୨୬/୪ : ବାରାଣାସୀରୁ ନାମାଙ୍କନ ଭରିଲେ ପ୍ରଧାନମନ୍ତ୍ରୀ ମୋଦି । ବାରାଣାସୀର ରଣ କ୍ଷେତ୍ରରେ ପୁଣିଥରେ ବିଜୟ ହାସଲ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ନାମାଙ୍କନ ଭରିବେ । ତେବେ ପିଏମ୍ ମୋଦିଙ୍କ ନାମାଙ୍କନ ଦାଖଲ କରିବା ସମୟରେ ଜନତା ଦଳ (ୟୁନାଇଟେଡ୍) ର ଅଧ୍ୟକ୍ଷ ନିତିଶ୍ କୁମାର ,ଶିବସେନା ପ୍ରମୁଖ ଉଦ୍ଧବ ଠାକରେ ଏବଂ ଅକାଳୀ ଅଧ୍ୟକ୍ଷ ପ୍ରକାଶ ସିଂହ ବାଦଲଙ୍କ ସମେତ ଅନ୍ୟ ସହଯୋଗୀ ଦଳର ନେତା ମଧ୍ୟ ଉପସ୍ଥିତ ଥିଲେ । ଗୁରୁବାର ପ୍ରଧାନମନ୍ତ୍ରୀ ମୋଦି ରୋଡ୍ ଶୋ’ କରି ନିଜ ରାଜନୈତିକ ଶକ୍ତିର ଉପସ୍ଥିତି ଜାହିର କରିଥିଲେ ।
ତେବେ ଏହା ପୂର୍ବରୁ ମୋଦି କାଶୀର ଭୈରବ ମନ୍ଦିରରେ ପହଂଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ମାନ୍ୟତା ରହିଛି କି କୌଣସି କାର‌୍ୟ୍ୟ କରିବାର ଆରମ୍ଭରୁ ବାବା କାଳଭୈରବଙ୍କ ଦର୍ଶନ କଲେ ବିଜୟପ୍ରାପ୍ତ ହୋଇଥାଏ ।

Leave a Reply

Your email address will not be published. Required fields are marked *

Trending

Exit mobile version