ରାଜନୀତି

ବାରିପଦା ବିଧାନସଭା ଆସନରୁ ସରୋଜିନୀ ହେମ୍ବ୍ରମ ପ୍ରାର୍ଥୀ

Published

on

ବାରିପଦା ୭/୪ : ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲେ ବିଜେଡ଼ି ସୁପ୍ରିମୋ । ବଳକା ୨ଟି ଆସନରୁ ଆଜି ବାରିପଦା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି । ବାରିପଦା ବିଧାନସଭା ଆସନରୁ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ ।
ବିଜେଡି ପକ୍ଷରୁ ଆଜି ଏହି ଘୋଷଣା କରାଯାଇଛି । ୧୪୫ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିସାରିଥିବା ବିଜେଡି ଅଟକି ଯାଇଛି କେନ୍ଦ୍ରାପଡା ଓ ବାରିପଦା ଆସନରେ । କାହାକୁ ଦଳ ପ୍ରାର୍ଥୀ କରିବ ତାହା ଦ୍ୱନ୍ଦ୍ୱରେ ଥିବା ବେଳେ ଆଜି ଏଥିରେ ପୂର୍ଣ୍ଣଚ୍ଛେଦ ଟାଣିଛନ୍ତି ଦଳର ସେନାପତି । ତେବେ କେନ୍ଦ୍ରାପଡା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ବାରିପଦା ବିଧାନସଭା ଆସନ ପାଇଁ ସରୋଜିନୀ ହେମ୍ବ୍ରମଙ୍କୁ ପ୍ରାର୍ଥୀ କରିଛି ବିଜେଡି ।
ତେବେ ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କର କନ୍ୟା ସରୋଜିନୀ ଏବେ ରାଜ୍ୟସଭା ସାଂସଦ ଅଛନ୍ତି। ୨୦୨୦ ଏପ୍ରିଲରେ ତାଙ୍କର ରାଜ୍ୟସଭା ସାଂସଦ ଭାବେ କାର‌୍ୟ୍ୟକାଳ ଶେଷ ହେଉଛି। ସମ୍ପ୍ରତି ଉପବାଚସ୍ପତି ଥିବା ସାନନ୍ଦ ମାରାଣ୍ଡି ଏହି ନିର୍ବାଚନମଣ୍ଡଳୀରୁ ଗତ ଥର ନିର୍ବାଚିତ ହୋଇ ବିଧାୟକ ହୋଇଥିଲେ। ଏଥର ତାଙ୍କୁ ଦଳ ଟିକେଟ ଦେଇ ନାହିଁ।
ସେପଟେ, କେନ୍ଦ୍ରାପଡା ବିଧାନସଭା ଆସନକୁ ନେଇ ମଧ୍ୟ ଏବେବି ବିଜେଡି କନଫ୍ୟୁଜନ ଜାରି ରହିଛି । କାହିିଁକି ନା କେନ୍ଦ୍ରାପଡା ଆସନ ପାଇଁ ବିଜେଡିରେ ଆଶାୟୀଙ୍କର ଏକ ଲମ୍ବା ଧାଡି ନବୀନ ନିବାସ ଯାଏଁ ଲମ୍ବିଥିଲା। ସେହି ତାଲିକାରେ ଥିଲେ ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ୍, ବିଧାୟକ କିଶୋର ଚନ୍ଦ୍ର ତରାଇ, ରାଜେଶ ଦାସ, ମୂରଲୀଧର ସେଠୀ, ଦୁଷ୍ମନ୍ତ ମଲ୍ଲିକ, ଅକ୍ଷୟ ତରାଇ, ମାନସ ମଲିକ୍ ଓ ଆହୁରି ଅନେକ। ତେବେ ସମୟ କ୍ରମେ ଏମାନଙ୍କ ନାମ ତାଲିକାରୁ ବାଦ୍ ପଡିଥିବା ବଳେ ଏବେ କିଶୋର ତରାଇ ଅଥବା କିଶୋରଙ୍କ ସ୍ତ୍ରୀ ବବିତା ତରାଇ, ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକ ଓ ଯୁବନେତା ରାଜେଶ ଦାସଙ୍କ ନାମ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *

Trending

Exit mobile version