ଦେଶ ବିଦେଶ

ବାଲାକୋଟ ରିପୋର୍ଟ : ନିହତ ହୋଇଛନ୍ତି ୧୭୦ ଆତଙ୍କବାଦୀ

Published

on

ନୂଆଦିଲ୍ଲୀ ୯/୫ : ବାଲାକୋଟକୁ ନେଇ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ହୋଇଛି । ମିଳିଥିବା ସୂଚନା ଅନୁସାରେ, ଭାରତୀୟ ବାୟୁ ସେନା ଦ୍ୱାରା ବାଲାକୋଟରେ କରାଯାଇଥିବା ଏୟାରଷ୍ଟ୍ରାଇକରେ ୧୭୦ ଜଣ ଆତଙ୍କବାଦୀ ନୀହତ ହୋଇଛନ୍ତି । ଏନେଇ ଇଟାଲିର ଜଣେ ସାମ୍ବାଦିକ ଦାବୀ କରିଛନ୍ତି । ସାମ୍ବାଦିକ ଫ୍ରେନ୍ସିସି ମେରିନୋ ତେବେ ଷ୍ଟ୍ରିଂଜର ଏସିଆ.ଇନ ନାମକ ଏକ ୱେବ ସାଇଟରେ ବାଲାକୋଟ ଏୟାର ଷ୍ଟ୍ରାଇକର ସମସ୍ତ ଘଟଣା ଲେଖିଛନ୍ତି । ତେବେ ଆକ୍ରମଣରେ ୧୭୦ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରିଛନ୍ତି ସାମ୍ବାଦିକ ମେରିନୋ । ତେବେ ଏହି ଆକ୍ରମଣ ସମୟରେ କିଛି ଟ୍ରେନର ମଧ୍ୟ ଥିବା ନେଇ ସୂଚନା ମିଳିଛି ।
ତେବେ ସେଠାରେ କୁହାଯାଇଛି ଯେ, ଜୈଶ ଏ ମୁହମ୍ମଦ ଆତଙ୍କବାଦୀ କ୍ୟାମ୍ପକୁ ଯିବା ପାଇଁ ପାହାଡ ଚଢିକି ଯିବା ପାଇଁ ପଡେ । ଯେଉଁଠାରୁ ଜୈସ ଏ ମହମ୍ମଦ କ୍ୟାମ୍ପ ଯିବା ପାଇଁ ରାସ୍ତା ଆରମ୍ଭ ହୋଇଥାଏ । ଠିକ ଏହି ସ୍ଥାନରେ ବ୍ଲୁପାଇନ ନାମକ ଏକ ହୋଟେଲ ଅଛି । ପାହାଡ ପହଞ୍ଚିବା ପରେ ଏକ ସାଇନ ବୋର୍ଡ ଦେଖିବାକୁ ମିଳେ, ଯେଉଁଠି ତାଲିମ ଉଲ କୁରାନ ଲେଖା ହୋଇଛି । ତେବେ ଏହି ବୋର୍ଡ ସେ ବୋର୍ଡ ଭଳି ନୁହେଁ ଯେଉଁଠି ମସୁଦ ଅଜହର ଏବଂ ଜୈସଏ ମହମ୍ମଦର ନାମ ଲେଖା ହୋଇଥିଲା । ମସୁଦକୁ ଅନ୍ତରଷ୍ଟ୍ରୀୟ ଆତଙ୍କବାଦୀ ଘୋଷଣା କରିବା ପରଠାରୁ ହିଁ ବୋର୍ଡରୁ ମସୁଦର ନାମକୁ ଲିଭା ଯାଇଛି ।
ଜୈସର ଏହି କ୍ୟାମ୍ପକୁ ପାକିସ୍ତାନୀ ଆର୍ମୀ ନିୟନ୍ତ୍ରଣ କରିଥାଏ । ତେବେ ଏହି କ୍ୟାମ୍ପକୁ ମଧ୍ୟ ଜଣେ ମୁଜାହିଦ ବାଟାଲିଏନର କ୍ୟାପ୍ଟେନ ରକ୍ଷଣ ବେକ୍ଷଣ କରନ୍ତି । ମୋଟ ଉପରେ କହିବାକୁ ଗଲେ କ୍ୟାମ୍ପକୁ ଯିବା ପାଇଁ ଭଲ ରାସ୍ତା ନାହିଁ । ଯାହାଫଳରେ ଏହି ରାସ୍ତାରେ ସାଧାରଣ ଲୋକଙ୍କ ଯିବା ଆସିବାରେ କଟକଣା ଲାଗିଛି । କେବଳ ଏତିକି ନୁହେଁ ବରଂ ସ୍ଥାନୀୟ ପୁଲିସ ମଧ୍ୟ ଏହି କ୍ୟାମ୍ପକୁ ଯାଇ ପାରନ୍ତି ନାହିଁ । ବୋଲି ସାମ୍ବାଦିକ ମେରିନୋ ଲେଖିଛନ୍ତି ।
ମେରିନା ଆହୁରି ମଧ୍ୟ ଲେଖିଛନ୍ତି କି ବର୍ତ୍ତମାନ ଏହି କ୍ୟାମ୍ପରେ କିଛି ଛୋଟ ଶିଶୁ ଏବଂ ଚାରି ପାଞ୍ଚ ଜଣ ମୈାଲାନା ହିଁ ଦେଖା ଯାଉଛନ୍ତି । କାରଣ ଏହି ସ୍ଥାନକୁ ସଂପୂର୍ଣ୍ଣ ରୂପେ ଖାଲି କରାଯାଇଛି । ଫଳରେ ଜୈସର ଗତିବିଧିକୁ ଦେଖାଯାଇପାରିବ । ଜୈସ କ୍ୟାମ୍ପ ପାଖରେ ବିଶିୟନ ଟାଉନସିପ ଅଛି । ହମଲାର ପରବର୍ତ୍ତୀ ଦିନ ମୈଲବି ମାନଙ୍କୁ ଗାଡିରେ ଭରି କୁହାର ନଦୀରେ ଫିଙ୍ଗା ଯାଇଥିବା ନେଇ ସ୍ଥାନୀୟ ଲୋକେ ଆଲୋଚନା କରନ୍ତି । ତେବେ ପୁଣି ଥରେ ଭାରତ ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ମଧ୍ୟ ଆଲୋଚନା କରନ୍ତି ସ୍ଥାନୀୟ ଲୋକ ।

Leave a Reply

Your email address will not be published. Required fields are marked *

Trending

Exit mobile version