ଦେଶ ବିଦେଶ

ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ

Published

on

ବାଲେଶ୍ୱର ୨୩/୧୨ : ଚାନ୍ଦିପୁର ପରୀକ୍ଷଣ କେନ୍ଦ୍ରର ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର ଅଗ୍ନି-୪ର ସଫଳ ଉତକ୍ଷେପଣ ହୋଇଛି । ଧାମରା ଅବଦୁଲ କଲାମ ଦ୍ୱିପର ୪ନଂ ଲଂଚପ୍ୟାଡରୁ ଅଗ୍ନି-୪ର ସଫଳ ପରୀକ୍ଷଣ ହୋଇଥିବା ଜଣାପଡିଛି । ଅଗ୍ନି-୪ ସ୍ୱଦେଶୀ ଜ୍ଞାନ କୋ÷ଶଳରେ ନିର୍ମିତ ହୋଇଥିବାବେଳେ ଏହାକୁ ଏକ ମୋବାଇଲ ଲଂଚରରେ ପରୀକ୍ଷା କରାଯାଇଛି । ଆଜି ସକାଳ ୮.୩୫ ମିନିଟରେ ଏହାକୁ ପରୀକ୍ଷଣ କରାଯାଇଥିଲା । ଏହାର ଲକ୍ଷ୍ୟଭେଦ କ୍ଷମତା ୩ ରୁ ୪ ହଜାର କିଲୋମିଟର । ଏଥିରେ କଠିନ ଇନ୍ଧନ ବ୍ୟବହାର କରାଯାଇପାରିବ । ଏହା ୨୦ ମିଟର ଲମ୍ବ ଏବଂ ୧୭ ଟନ ଓଜନ ବିଶିଷ୍ଟ କ୍ଷେପଣାସ୍ତ୍ର ଏବଂ ଏକଟନ୍ ଓଜନର ଉଭୟ ପାରମ୍ପରିକ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରିବ ।

Leave a Reply

Your email address will not be published. Required fields are marked *

Trending

Exit mobile version