ବାଲେଶ୍ୱର ୩୧/୫: ତଦନ୍ତ କରିବାକୁ ଆସି କର୍ଣ୍ଣାଟକ ପୋଲିସ ହଟହଟା ଏପରି ଏକ ଖବର ଆସିଛି ବାଲେଶ୍ୱର ଜିଲ୍ଲା ତାଳକୁରୁଣିଆ ଗ୍ରାମରୁ । ସୂଚନାନୁସାରେ, ଆଜି ସକାଳେ କର୍ଣ୍ଣାଟକ ପୋଲିସ ଜଣେ ଅଭିଯୁକ୍ତକୁ ଖୋଜିବାକୁ ଆସି ବାଲେଶ୍ୱର ସୋର ଥାନା ଅନ୍ତର୍ଗତ ଖନ୍ତାପଡା ତାଳକୁରୁଣିଆ ଗ୍ରାମରେ ପହଁଚିଥିଲା । ଏକ ନାବାଳିକା ଅପହରଣ ମାମଲାରେ କର୍ଣ୍ଣାଟକ ପୋଲିସର ଏକ ଟିମ୍ ତାଳକୁରୁଣିଆ ଗ୍ରାମରେ କିଛି ତଦନ୍ତ କରିବାକୁ ଆସିଥିଲେ । କିନ୍ତୁ ପୋଲିସକୁ ହଟହଟା ହେବାକୁ ପଡିଥିଲା । ଗ୍ରାମବାସୀମାନେ ପୋଲିସକୁ ଗ୍ରାମ ଭିତରକୁ ପୁରାଇ ଦେଇନଥିଲେ । ସେମାନେ ପୋଲିସ ଟିମକୁ ଅଟକ ମଧ୍ୟ ରଖିଥିଲେ । ତେବେ ଖବର ପାଇଁ ସ୍ଥାନୀୟ ପୋଲିସ ପହଁଚି କର୍ଣ୍ଣାଟକ ପୋଲିସକୁ ଉଦ୍ଧାର କରିଥିଲା ।