ବାଲେଶ୍ୱର ୧୬/୧ : ଉତ୍ତର ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଂଚ ପ୍ରତିଷ୍ଠା ଦାବିରେ ବାଲେଶ୍ୱର ଜିଲ୍ଲାର ଓକିଲମାନେ ଆଜି ଦିନକ ପାଇଁ ପ୍ରତୀକ ଧର୍ମଘଟ କରିଛନ୍ତି । ଫଳରେ ବାଲେଶ୍ୱର ସହ ଜିଲ୍ଲାର ଅନ୍ୟ କେତେକ ସହରରେ ଅଦାଲତ କାର୍ଯ୍ୟ ବ୍ୟାହତ ହୋଇଛି । ବାଲେଶ୍ୱର ଦୋ÷ରା ଜଜ କୋର୍ଟ ଭିତରକୁ ପଶୁଥିବା ବେଳେ କୋର୍ଟରେ ଯୋଗ ନଦେବା ପାଇଁ ଧର୍ମଘଟକାରୀ ଓକିଲମାନେ ଅନୁରୋଧ କରିବାରୁ ସେ ଫେରି ଯାଇଥିଲେ । ଉତ୍ତର ଓଡ଼ିଶାର ଆଇନଜୀବୀମାନେ ଦୀର୍ଘଦିନ ଧରି ହାଇକୋର୍ଟର ସ୍ଥାୟୀ ବେଂଚ ଦାବି କରୁଥିଲେ ମଧ୍ୟ ସରକାର ସେଥିପ୍ରତି କର୍ଣ୍ଣପାତ କରୁନଥିବାରୁ ସେମାନେ ଏଭଳି ଆନ୍ଦୋଳନ କରିବାକୁ ବାଧ୍ୟ ହୋଇଛନ୍ତି ବୋଲି ବାଲେଶ୍ୱର ଓକିଲ ସଂଘର କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି ।