ରାଜ୍ୟ

ବାଲେଶ୍ୱର-ବାରିପଦା ଗାଡ଼ି ଚଳାଚଳ ବ୍ୟାହତ

Published

on

ବାଲେଶ୍ୱର ୨୮/୧୧ : ବାଲେଶ୍ୱର କଳମା ପଂଚାୟତର ଲୋକମାନେ କେତେକ ଦାବି ନେଇ ରାଜରାସ୍ତାକୁ ଓହ୍ଲାଇବା ଫଳରେ ୫ନଂ ଜାତୀୟ ରାଜପଥରେ କେତେଘଂଟା ପାଇଁ ଗାଡ଼ି ଚଳାଚଳ ବ୍ୟାହତ େହୋଇଛି । ସମ୍ପୃକ୍ତ ପଂଚାୟତରେ ସରକାରଙ୍କ ବିଭିନ୍ନ ଯୋଜନା ପହଂଚୁ ନଥିବା ଅଭିଯୋଗ କରି ସ୍ଥାନୀୟ ଅଂଚଳର ଲୋକମାନେ କଳମା ଛକରେ ଜାତୀୟ ରାଜପଥକୁ ଅବରୋଧ କରିଥିଲେ । ସେମାନେ ରାସ୍ତା ଉପରେ ବସି ରହିବା ସହ ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଉଥିବା ଲକ୍ଷ୍ୟ କରାଯାଇଥିଲା । ଏଥିରେ ମହିଳାମାନେ ମଧ୍ୟ ସାମିଲ ହୋଇଥିଲେ । କଳମା ପଂଚାୟତକୁ ଯଥାଶୀଘ୍ର ସରକାରୀ ସୁବିଧା ଯୋଗାଇ ଦିଆନଗଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ପଂଚାୟତବାସୀ ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *

Trending

Exit mobile version