ଚୌଦ୍ୱାର ୨୭/୫ : ବାଲ୍ୟବିବାହ ରୋକିବାକୁ ଯାଇ ପୋଲିସ୍ହ ଟ୍ଟହଟ୍ଟା । ପିସିଆର ଭ୍ୟାନକୁ ଭଙ୍ଗାରୁଜା କରିବା ସହ ପୁଅ ଝିଅଙ୍କୁ ଛଡାଇନେଲେ ଗ୍ରାମବାସୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଚୌଦ୍ୱାର ଥାନା ଅନ୍ତର୍ଗତ ପାଇକରାପୁର ଗ୍ରାମରେ । ସୂଚନା ଅନୁଯାୟୀ ଏହି ଗ୍ରାମର ଜଣେ ନାବାଳିକାଙ୍କ ବିବାହ ହେଉଥିବା ଖବର ପାଇଁ ଓଡିଶା ଲିଗାଲ ଆସୋସିଏସନ, ଓଡିଶା ଚାଇଲ୍ଡ ଲାଇନ ସଦସ୍ୟ ଓ ପୋଲିସ ଘଟଣାସ୍ଥଳରେ ପହଁଚି ବିବାହକୁ ବନ୍ଦ କରିଥିଲେ ।
ଏବଂ ପୁଅ ଝିଅଙ୍କୁ ପିସିଆର ଭ୍ୟାନରେ ବସାଇଥିଲେ । ଏହାକୁ ନେଇ ସେଠାରେ ଉତେଜନା ପ୍ରକାଶ ପାଇଥିଲା । କିଛି ଲୋକ ହୋହାଲ୍ଲା କରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ ଓ ପୁଅ ଝିଅକୁ ନେଇ ଯାଇଥିଲେ ।